ଜଗତସିଂହପୁର: ଦେବୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମା ହୋଇଥିବାରୁ ମୃତଦେହ ଉଦ୍ଧାର ନ କରି ପୋଲିସ ଫେରି ଯାଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ -ପୋଖରୀରେ ବୁଡି 2 ଶିଶୁ ମୃତ, ଗ୍ରାମରେ ଶୋକାକୁଳ ପରିବେଶ
ସୂଚନା ମୁତାବକ, ଦେବୀ ନଦୀ ଶିଖରଘାଟ ନିକଟସ୍ଥ ଅଲେଖ ମଠ ପାଖରେ ଗତକାଲି ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ମୃତଦେହଟି ଦେଖିବା ପରେ ନାଉଗାଁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ମୃତଦେହଟି ଜଣେ ବୃଦ୍ଧଙ୍କର ହୋଇଥିବା ବେଳେ ତାଙ୍କର ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଶିଖର ଘାଟଠାରୁ ତିନି କିଲୋମିଟର ଦୂରରେ ମୃତଦେହ ଭାସୁଥିବା ବେଳେ ଏହା ଜଗତସିଂହପୁର ଜିଲ୍ଲାରେ ଅଧିନରେ ଯାଉ ନଥିବାରୁ ପାଣିରୁ ମୃତଦେହକୁ ଉଦ୍ଧାର କରିନ ଥିଲା ନାଉଗାଁ ପୋଲିସ ।