ଓଡିଶା

odisha

By

Published : Apr 25, 2022, 9:42 PM IST

Updated : Apr 26, 2022, 7:48 AM IST

ETV Bharat / state

ପାରାଦ୍ବୀପରେ ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟିତ

ପାରାଦ୍ବୀପରେ ଓଡିଶାର ବହୁ ପ୍ରତିକ୍ଷିତ ନଦୀ ଭିତ୍ତିକ ବନ୍ଦର(IFFCO Riverine Jetty) ଉଦ୍‌ଘାଟନ କଲେ କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ । ଅଧିକ ପଢନ୍ତୁ

ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟିତ
ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟିତ

ଜଗତସିଂହପୁର: ପାରାଦ୍ବୀପରେ ଓଡିଶାର ବହୁ ପ୍ରତିକ୍ଷିତ ନଦୀ ଭିତ୍ତିକ ବନ୍ଦର ଉଦଘାଟିତ ହୋଇଛି । ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ(Sarbananda Sonowal) ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସୂଚନା ଓ ଜଳ ସମ୍ପଦ ବିକାଶ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ବୀପ ପୋର୍ଟ ଅଧକ୍ଷ ପି ଏଲ ହରାନାଦ ଇଫକୋ କାର୍ଯ୍ୟ ନିର୍ବାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପାରାଦ୍ବୀପରେ ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟିତ

ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ବନ୍ଦର କାର୍ଯ୍ୟକାରୀ ହେଲେ ଜଳପଥରେ ପରିବହନ ଓ ପଣ୍ୟ କାରବାର ସୁଗମ ହେବ।ବାର୍ଷିକ ୧ ମିଲିୟନ ଟନ୍‌ ପଣ୍ୟ ଜଳପଥରେ ପରିବହନ କରାଯିବା ସହ କାରବାର ବୃଦ୍ଧି ଘଟିବ ।

ସେହିପରି ଆଗାମୀ ଦିନରେ ଓଡିଶାର ଜିମସମ କାରବାରକୁ ସୁଗମ କରିବାପାଇଁ ଯାଜପୁର କଳିଙ୍ଗ ନଗର, ଡୁବୁରୀ, ଓ ପାରାଦ୍ବୀପକୁ ଯୋଡିବାକୁ ବ୍ରାହ୍ମଣୀ ନଦୀକୁ ମଧ୍ୟ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଭିତ୍ତିକ ବନ୍ଦର କାର୍ଯ୍ୟକାରୀ ହେଲେ ଜଳପଥରେ ପରିବହନ ସୁଗମ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୋନୱାଲ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 26, 2022, 7:48 AM IST

ABOUT THE AUTHOR

...view details