ଜଗତସିଂହପୁର :କେନ୍ଦ୍ର ପେଟ୍ରୋଲିୟମ, ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ପାରାଦ୍ଵୀପ ଗସ୍ତରେ ଆସି ଆଇଓସିଏଲ ରିଫାଇନାରୀ ଟାଉନସିପରେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ୭୫ ଜଣ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଛନ୍ତି । ତେବେ ଏହି ୭୫ ଜଣ ସମ୍ମାନିତ ଅତିଥି ତାଲିକାରେ ଅର୍ଦ୍ଧାଧିକ ସରକାରୀ କର୍ମଚାରୀଙ୍କୁ କୋଭିଡ ଓ୍ବାରିଅର ଭାବେ ସମ୍ମାନିତ କରାଯାଇଥିଲା ।
କେନ୍ଦ୍ରରେ ବିଜେପି ସରକାରଙ୍କ ସମୟରେ ଅଟଳ ବିହାରୀ ବାଜପେୟୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିଲେ। ଏହା କେବଳ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ସମ୍ଭବ ହୋଇଥିଲା ଏବଂ ଏହା ଦ୍ବାରା ଜଗତସିଂହପୁର ଜିଲ୍ଲା ଓ ଆଖପାଖ ଅଞ୍ଚଳର ବେକାରୀ ସମସ୍ୟା ସମାଧାନ କରିବା ରେ ସହାୟକ ହେଉଛି ବୋଲି ବୋଲି ମନ୍ତ୍ରୀ ନିଜ ଭାଷଣରେ ପ୍ରକାଶ କରିଥିଲେ ।