ଓଡିଶା

odisha

ETV Bharat / state

Kumar Utsav: କୁମାର ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ତିର୍ତ୍ତୋଲରେ କୁମାର ଉତ୍ସବ

ଜଗତସିଂହପୁରରେ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଦିକବି ଶାରଳା ଦାସଙ୍କ ଅବଦାନ ସମ୍ପର୍କରେ ସେ ଆଲୋଚନା କରିଛନ୍ତି ।

dharmendra pradhan in jagatsinghpur
ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Oct 29, 2023, 5:56 PM IST

ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର: ତିର୍ତ୍ତୋଲରେ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁମାର ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ କୁମାର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, "ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ସମଗ୍ର ଭାରତ କାହିଁକି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । ଜଗତସିଂହପୁରର ତିର୍ତ୍ତୋଲ ମାଟି ହେଉଛି ବାଣୀକ୍ଷେତ୍ର ମା' ଶାରଳାଙ୍କ ପବିତ୍ର ମାଟି । ଏହି ମାଟିରେ ଆଦିକବି ଶାରଳା ଦାସ ଓଡ଼ିଆ ଭାଷା ସାହିତ୍ୟର ମୂଳଦୁଆ ପକାଇଥିଲେ । ଶାରଳା ଦାସଙ୍କ ଦ୍ବାରା ରଚିତ ମହାଭାରତ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଛି ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଅନନ୍ୟ । ଗତ ଜି-୨୦ ବୈଠକରେ ଓଡ଼ିଶାର ଡାଲଖାଈ ନୃତ୍ୟ ଦେଖି ବିଶ୍ୱର ନେତାମାନେ ପ୍ରଶଂସା କରିଥିଲେ । ଜଗତସିଂହପୁର ମାଟିର ଘଣ୍ଟ ନୃତ୍ୟ ମଧ୍ୟ ଆଗାମୀ ଦିନରେ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରାଯିବାର ଯୋଜନା ରହିଛି । ଆସନ୍ତା କୁମାର ପୂର୍ଣ୍ଣିମାରେ ତିର୍ତ୍ତୋଲ ଅଞ୍ଚଳର ୨ ହଜାରରୁ ଅଧିକ କୁମାରୀମାନଙ୍କୁ ନେଇ 'କୁଆଁର ପୁନେଇ ଜହ୍ନ' ଗୀତ ପରିବେଷଣ ପାଇଁ ବ୍ୟବସ୍ଥା କରାଯିବ ।"

ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣିମା ଉତ୍ସବ, ନାଚଗୀତରେ ମସଗୁଲ କୁମାରୀ

ଏହା ବି ପଢନ୍ତୁ...Lunar Eclipse: କୁମାର ପୂର୍ଣ୍ଣିମାରେ ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ, ନୂତନ ଧ୍ବଜାରୋହଣ ନୀତି

ଏହା ବି ପଢନ୍ତୁ...କୁମାରପୂର୍ଣ୍ଣିମାରେ ଉତ୍ସବମୁଖର ଗଞ୍ଜାମ, ଘରେ ଘରେ ତାସ ଖେଳର ଆସର

ସେହିପରି ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତିରେ ଏକ ପାଠଶାଳା ନିର୍ମାଣ ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର କର୍ମକର୍ତ୍ତାମାନେ ରଘୁନାଥପୁର ଠାରୁ ପାଛୋଟି ଆଣିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ କିଶୋର ନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସାରଦା ପ୍ରଧାନ, ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲକ ବିହାରୀ ପଲାଇ, ଆଇନଜୀବୀ ରାଜକିଶୋର ବେହେରା ଏବଂ ବିଶିଷ୍ଟ ସାହିତ୍ୟିକା ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ କୁମାର ପୂର୍ଣ୍ଣିମା ଅବସରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କୁମାରୀ ମାନେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥିଲେ । ଏହି ଅବସରରେ ଜଗତସିଂହପୁରରେ 'କୁମାର ଉତ୍ସବ' କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details