ଓଡିଶା

odisha

ETV Bharat / state

ପରିବା ଦରରେ ନିଆଁ: ବିନ୍ସ କେଜି ୨୪୦, ଟମାଟୋ ୧୨୦ ଟଙ୍କା - ବିନ୍ସ କିଲୋ ପିଛା ୨୪୦ ଟଙ୍କା

ଯେଉଁଥିରେ ହାତ ମାରିଲେ ଦାମ ୧୦୦ ପାର । ପନିପରିବାର ବର୍ଦ୍ଧିତ ଦର ନେଇ ଉଭୟ ଖାଉଟି ଓ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

skyrocketing vegetable price
skyrocketing vegetable price

By

Published : Jul 4, 2023, 11:49 AM IST

ପରିବା ଦରରେ ନିଆଁ

ଜଗତସିଂହପୁର:ବଜାରରେ ପରିବାର ଦର ଆକାଶ ଛୁଆଁ । ଖାଉଟିଙ୍କ ମୁଣ୍ଡ ବିନ୍ଧା । ଯାହାକୁ ନେଇ ସାଧାରଣରେ ଅସନ୍ତାଷ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ସାଧାରଣ ଓ ଗରିବ ଶ୍ରେଣୀର ଲୋକମାନଙ୍କ ଉପରେ । ବଜାର ଗଲେ ଦ୍ୱନ୍ଦ୍ୱରେ ପଡୁଛି ଖାଉଟି । ସେହିପରି ଜଗତସିଂହପୁରରେ ମଧ୍ୟ ପରିବା ଦରରେ ହାତ ମାରି ହେଉନି। କାଁ ଭାଁ ଗ୍ରାହକଙ୍କୁ ଛାଡିଦେଲେ ବଜାର ଖାଲି । ଆଉ ଯିଏ ବି କିଣୁଛନ୍ତି କିଲୋ ବଦଳରେ 250 ଗ୍ରାମ ପରିବା କିଣୁଛନ୍ତି । ଗ୍ରାହକଙ୍କୁ ଅପେକ୍ଷା କରି ବେପାରି ମଧ୍ୟ ନିରାଶ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପକେଟ ଜାଳୁଛି ପରିବା ଦର: ଟମାଟୋ 180, ଗାଜର 150

ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ନାଉଗାଁ, ତିର୍ତ୍ତୋଲ କୁଜଙ୍ଗ ଆଦି ଅଞ୍ଚଳରେ ଥିବା ଦେବୀନଦୀ ଓ ମହାନଦୀ ପଠାରେ ବହୁଳ ଭାବରେ ପରିବା ଚାଷ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣର ପରିବା ଜିଲ୍ଲାର ଚାହିଦା ମେଣ୍ଟାଇବା ସହିତ କଟକ ଛତ୍ର ବଜାରକୁ ମଧ୍ୟ ଚାଷୀମାନେ ବିକ୍ରୟ ପାଇଁ ଆଣିଥାନ୍ତି । ହେଲେ ଚଳିତ ବର୍ଷ ପାଣିର ଅଭାବ ହେତୁ ପରିବା ଚାଷ ଉପରେ ଗଭୀର ପ୍ରଭାବ ପକାଇଛି । ଫଳରେ ପାରିବା ଦର ଦଶ ଗୁଣ ବୃଦ୍ଧି ପାଇଛି । ଜଗତସିଂହପୁର ଜିଲ୍ଲାର ପରିବା ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଜଗତସିଂହପୁର ସହରର ସୋମନାଥ ହାଟ, କୁଜଙ୍ଗ ବ୍ଲକ ର ରାହାମା ହାଟ ଓ କୁଜଙ୍ଗ ବଜାରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହି ହାଟକୁ ଚାଷୀଙ୍କ ମାଧ୍ୟମରେ ପରିବା ଆସିଲେ ଲୋକେ ସୁଲଭ ମୂଲ୍ୟରେ ପାଇ ପାରିଥାନ୍ତି ।

କିନ୍ତୁ ଚାରି ସପ୍ତାହ ହେବ ଏହି ହାଟ ମାନଙ୍କୁ ପରିବା ଆସୁ ନ ଥିବାରୁ ଦର ବୃଦ୍ଧି ଏକ କାରଣ ପାଲଟିଛି । ଜିଲ୍ଲାରେ ବିନ୍ସ କିଲୋ ପିଛା ୨୪୦ ଟଙ୍କା ହୋଇଥିବା ବେଳେ ଟମାଟୋ ୧୨୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ କିଲୋ ପ୍ରତି 80ରୁ 100, ବାଇଗଣ କେଜି 80 ଟଙ୍କା, ଭେଣ୍ଡି କେଜି 70 ଟଙ୍କା, କଲରା କେଜି 80 ଟଙ୍କା, ପତ୍ରକୋବି କେଜି 60 ଟଙ୍କା ରହିଛି । ଯାହା କିଲୋ 20ରୁ 30 ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ 100 କିମ୍ବା 100 ଟଙ୍କାରୁ ଅଧିକ ଛୁଇଁଛି । ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଏକ ପ୍ରକାର ହତାସ ହୋଇଛନ୍ତି । ସେପଟେ ବ୍ୟବସାୟୀ ବି ନିରାଶ ହୋଇଛନ୍ତି । କାରଣ ଆଗ ଭଳି ଆଉ ବେପାର ହେଉନଥିବା ପରିବା ବ୍ୟବସାୟୀ ପ୍ରକାଶ କରିଛନ୍ତି ।


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details