ପାରାଦ୍ବୀପ:ଜଳପଥରେ ଶତ୍ରୁକୁ ଦେଶକୁ ପ୍ରବେଶ ନ କରିବା ଲାଗି ଚାଲିଥିବା ସମରାଭ୍ୟାସ ଶେଷ ହୋଇଛି । ଉପକୂଳ ସୁରକ୍ଷା ପାଇଁ ପାରାଦ୍ବୀପରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମରାଭ୍ୟାସ ସି-ଭିଜିଲ ଶେଷ ହୋଇଛି । ମଝି ସମୁଦ୍ରରେ ମଙ୍ଗଳବାରଠୁ ଏହି ୨ଦିନିଆ ମିଳିତ ସମରାଭ୍ୟାସ ହୋଇଥିଲା । ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ପରି ବହୁ ବିଭାଗ ସାମିଲ ହୋଇଥିଲେ । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ପ୍ରତିବର୍ଷ ସମରାଭ୍ୟାସ କରାଯାଇଥାଏ । ଯାହାଦ୍ବାରା ଜଳପଥରେ ଶତ୍ରୁର ଦେଶକୁ ପ୍ରବେଶକୁ ରୋକା ଯାଇପାରିବ ।
ଉପକୂଳଠୁ 2 ଶହ କିଲୋମିଟର ସମୁଦ୍ର ମଧ୍ୟରେ ଏହି ସମରଭ୍ୟାସ କରାଯାଇଥିଲା । ଜଳପଥରେ ଶତ୍ରୁର ଅନୁପ୍ରବେଶକୁ କିପରି ପ୍ରତିହତ କରାଯାଇ ପାରିବ ଓ ବାହ୍ୟ ଶତ୍ରୁ ଆକ୍ରମଣକୁ କିପରି ରୋକାଯାଇ ପାରିବ ସେ ନେଇ କୌଶଳ ପଦର୍ଶନ କରାଯାଇଥିଲା । ଭାରତୀୟ ନୌସେନା ଏହାର ନେତୃତ୍ୱ ନେଇଥିବା ବେଳେ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିହତ କରାଯାଇ ପାରିବ ସେ ନେଇ ଓଡ଼ିଶାର ବ୍ଲୁ ଟିମ ସମୁଦ୍ର ମଧ୍ୟରେ ପ୍ରସ୍ତୁତି ଚଳାଇ ଥିଲେ । ଦୁଇଦିନିଆ ସମରଭ୍ୟାସ ପରେ ଏହାକୁ ସମାପନ କରାଯାଇଛି ।