ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଯକ୍ଷ୍ମା ସଚେତନତା ରଥ ଉଦଘାଟିତ - ଯକ୍ଷ୍ମା ସଚେତନତା ରଥ ଆରମ୍ଭ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମାରୋଗ ସଚେତନତା ରଥ ଉଦଘାଟିତ । ଅଧିକ ପଢନ୍ତୁ...

ଜଗତସିଂହପୁର ଯକ୍ଷ୍ମା ସଚେତନତା ରଥ ଉଦଘାଟିତ
ଜଗତସିଂହପୁର ଯକ୍ଷ୍ମା ସଚେତନତା ରଥ ଉଦଘାଟିତ

By

Published : Mar 24, 2021, 10:44 PM IST

ଜଗତସିଂହପୁର: ଜିଲ୍ଲାସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମାରୋଗ ଉପରେ ସଚେତନତା ରଥ ଉଦଘାଟିତ ହୋଇଛି । ଜିଲ୍ଲାରେ 12 ଲକ୍ଷ ଲୋକଙ୍କ ମଧ୍ୟରୁ 2 ପ୍ରତିଶତ ଲୋକେ ଯକ୍ଷ୍ମା ରୋଗରେ ପୀଡିତ ହୋଇଥାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯକ୍ଷ୍ମା ଦିବସ ଅବସରରେ ଲୋକଙ୍କୁ ସଚେତନ କରାଯାଇଛି ।

ଜଗତସିଂହପୁର ଯକ୍ଷ୍ମା ସଚେତନତା ରଥ ଉଦଘାଟିତ

ଯକ୍ଷ୍ମା ରୋଗ ମଣିଷର ନଖ ଓ କେଶକୁ ଛାଡି ଦେଲେ ପ୍ରତ୍ୟେକ ଅଙ୍ଗକୁ ସଂକ୍ରମଣ ହୋଇପାରେ । ବିଶେଷ କରି ଯକ୍ଷ୍ମା ରୋଗ ଦ୍ୱାରା ଫୁସଫୁସ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ପ୍ରାଥମିକ ଚିକିତ୍ସା ଦ୍ୱାରା ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଭଲ ହୋଇଥାଏ । ପ୍ରଥମେ ଯକ୍ଷ୍ମା ରୋଗ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ଦୁର୍ବଳ ଲାଗିବା, ଦୁଇ ସପ୍ତାହ ପର୍ଯ୍ୟନ୍ତ କାଶ ଲାଗି ରହିବା, ସନ୍ଧ୍ୟା ସମୟରେ ଜ୍ଵର ଆସିବା, ଛାତିରେ ଯନ୍ତ୍ରଣା ଅନୁଭବ ହେବା ଓ କାଶରେ ରକ୍ତ ପଡିବା ଆଦି ଲକ୍ଷଣ ଦେଖା ଦେଇଥାଏ । ଏହି ଲକ୍ଷଣ ଦେଖାଦେଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶରେ ଡ଼ଟ୍ସ ପଦ୍ଧତିରେ ଚିକିତ୍ସା କରା ଯାଇଥାଏ, ଯକ୍ଷ୍ମାରୁ ସମ୍ପୂର୍ଣ୍ଣ ମୁକ୍ତ ପାଇବା ପାଇଁ 3 ମାସ ଧରି ନିୟମିତ ଔଷଧ ସେବନ କରାଯିବା ଆବଶ୍ୟକ ବୋଲି ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଅଧାରୁ ଔଷଧ ଖାଇବା ବନ୍ଦ କରିଦେଲେ ଯକ୍ଷ୍ମା ହେବାର ସମ୍ଭାବନା ଅଧିକ ଥାଏ । ଯକ୍ଷ୍ମା ପାଇଁ ସମସ୍ତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ ରହିଛି । ସେହିଭଳି ରୋଗୀକୁ ସୁଷମ ଖାଦ୍ୟ ପାଇଁ ସରକାରଙ୍କ ପକ୍ଷରୁ ମାସିକ 500 ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ରଥ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା ଏଡିଏମଓ ଡାକ୍ତର ବସନ୍ତ ବାରିକ ଡାକ୍ତର ଶତ୍ରୁଘ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details