ଓଡିଶା

odisha

ଲକ୍ଷ୍ୟ ପରିବେଶ ସୁରକ୍ଷା: ପାରାଦୀପ ବନ୍ଦର ଯନ୍ତ୍ରୀଙ୍କ ସାଇକେଲ ଯାତ୍ରା, ରାଜ୍ୟପାଳ କଲେ ଉଦଘାଟନ

By

Published : Dec 16, 2021, 4:02 PM IST

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ପାରାଦୀପ ବନ୍ଦର ଯନ୍ତ୍ରୀ ତଥା ପରିବେଶବିତ ଅମରେଶ ନରେଶ ସାମନ୍ତ । ସେ କଲିକତାର ଦୀଘା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ସମୟରେ ସେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସୁସ୍ଥ ପରିବେଶ ପାଇଁ ଗଛ ଲଗାଇବାକୁ ମନ୍ତ୍ର ଦେଲେ ଅମରେଶ : ସଚେତନତା ପାଇଁ ସାଇକେଲରେ ପାରାଦ୍ୱୀପରୁ ଦୀଘା ଯାତ୍ରା
ସୁସ୍ଥ ପରିବେଶ ପାଇଁ ଗଛ ଲଗାଇବାକୁ ମନ୍ତ୍ର ଦେଲେ ଅମରେଶ : ସଚେତନତା ପାଇଁ ସାଇକେଲରେ ପାରାଦ୍ୱୀପରୁ ଦୀଘା ଯାତ୍ରା

ଜଗତସିଂହପୁର :ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ପାରାଦୀପ ବନ୍ଦର ଯନ୍ତ୍ରୀ ତଥା ପରିବେଶବିତ ଅମରେଶ ନରେଶ ସାମନ୍ତ । ଏନେଇ ସେ ଗତ ସୋମବାର ଠାରୁ ଭୁବନେଶ୍ୱରରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏହି ଯାତ୍ରାକୁ ରାଜ୍ୟପାଳ ଗଣେଶୀଲାଲ ଉଦଘାଟନ କରିଥିଲେ। ତେବେ ଆଜି(ଗୁରୁବାର) ଅମରେଶ ନରେଶ ସାମନ୍ତ ପାରାଦୀପରେ ପହଞ୍ଚିବା ପରେ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀ ଓ ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ସୁସ୍ଥ ପରିବେଶ ପାଇଁ ଗଛ ଲଗାଇବାକୁ ମନ୍ତ୍ର ଦେଲେ ଅମରେଶ : ସଚେତନତା ପାଇଁ ସାଇକେଲରେ ପାରାଦ୍ୱୀପରୁ ଦୀଘା ଯାତ୍ରା

ଏହା ପରେ ସେ କଲିକତାର ଦୀଘା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ସମୟରେ ସେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବେ । ଏବଂ ଏକାଧିକ ସଂଗଠନ ଜରିଆରେ ସବୁଜ ଭାରତ ଉପରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ସେ ସାଇକେଲରେ ୧୨ଶହ କିଲୋମିଟର ଯାତ୍ରା କରିବାକୁ ଯୋଜନା ରଖିଥିବାବେଳେ ଅମରେଶ ଗତ ଦୁଇ ଦଶନ୍ଧିରେ ୨୫ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ସହ ବିଭିନ୍ନ ସମାଜ ସଂସ୍କାର କାମ କରୁଛନ୍ତି । ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ସମ୍ମାନୀତ କରିଥିବାବେଳେ ଅମରେଶ ନରେଶ ସାମନ୍ତଙ୍କ ଏହି ସଚେତନତା ସାଇକେଲ ଯାତ୍ରା ଦ୍ବିତୀୟ ଥର ପାଇଁ ଆରମ୍ଭ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details