ଜଗତସିଂହପୁର: ଦେବୀ ନଦୀରେ ବୁଡିଯାଇ ନାବାଳକ ମୃତ । ମୃତ ନାବାଳକ ହେଲେ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ସିଠାଳ ଗ୍ରାମର ପିଣ୍ଟୁ ବେହେରା । ପିଣ୍ଟୁ ରବିବାର ସନ୍ଧ୍ୟାରେ ଦେବୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ। ନଦୀରେ ପ୍ରଖର ସୁଅ ଯୋଗୁଁ ଗଭୀରଆଡକୁ ସେ ଚାଲିଯାଇଥିଲେ । ଦୀର୍ଘ ସମୟ ଧରି ପିଣ୍ଟୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।
ମହଙ୍ଗା ପଡିଲା ନଦୀରେ ଶୌଚ, ବୁଡିଯାଇ ନାବାଳକ ମୃତ - ଜଗତସିଂହପୁରରେ ନାବାଳକଙ୍କ ମୃତ୍ୟୁ
ସନ୍ଧ୍ୟାରେ ଦେବୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇ ନାବାଳକ ମୃତ । ଅଧିକ ପଢନ୍ତୁ
![ମହଙ୍ଗା ପଡିଲା ନଦୀରେ ଶୌଚ, ବୁଡିଯାଇ ନାବାଳକ ମୃତ tragic incident in jagatsinghpur, a minor boy died after drowning devi river](https://etvbharatimages.akamaized.net/etvbharat/prod-images/768-512-14656277-thumbnail-3x2-jsp.jpg)
ମହଙ୍ଗା ପଡିଲା ନଦୀରେ ଶୌଚ, ବୁଡିଯାଇ ନାବାଳକଙ୍କ ମୃତ୍ୟୁ
ମହଙ୍ଗା ପଡିଲା ନଦୀରେ ଶୌଚ, ବୁଡିଯାଇ ନାବାଳକ ମୃତ
ପରେ ନଦୀରେ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ପିଣ୍ଟୁଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅକୁ ଚିକିତ୍ସା ପାଇଁ ଜଗତସିଂହପୁର ବଡ଼ ଡ଼ାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତ ଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : Mar 6, 2022, 10:48 PM IST