ଓଡିଶା

odisha

ETV Bharat / state

ଆଉ ନାହିଁ ନିସ୍ତାର, ଆଜିଠୁ ଟ୍ରାଫିକ ନିୟମ କଡାକଡି - _traffic rull is going to be tight from March 1

ମାର୍ଚ୍ଚ 1ରୁ କଡ଼ାକଡ଼ି ହେବାକୁ ଯାଉଛି ଗାଡ଼ି ଚେକିଙ୍ଗ । 25 ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ 10 ହଜାର ଲୋକଙ୍କୁ DL ଦିଆଯାଇଛି । ଅଧିକ ପଢନ୍ତୁ...

traffic rull is going to be tight from March 1
ମାର୍ଚ୍ଚ 1ରୁ କଡ଼ାକଡ଼ି ହେବାକୁ ଯାଉଛି ଗାଡ଼ି ଚେକିଙ୍ଗ

By

Published : Mar 1, 2020, 1:12 AM IST

ଜଗତସିଂହପୁର: ମାର୍ଚ୍ଚ 1ରୁ ଆରମ୍ଭ ହେବାକୁ ଯାଉଛି ଜୋରଦାର ଗାଡି ଚେଙ୍କିଙ୍ଗ। ଏହାକୁ ନେଇ ଡ୍ରାଇଭିଂ ଲାଇସେନ୍ସ ପାଇନଥିବା ଲୋକେ ଆଶା ଓ ଆଶଙ୍କାରେ । ଏବେବି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଜିଲ୍ଲା ପରିବହନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ମାସ ଠାରୁ ଚଳିତ ଫ୍ରେବୁଆରୀ ମାସ ମଧ୍ୟରେ 25 ହଜାରରୁ ଅଧିକ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ମାତ୍ର ସେଥିମଧ୍ୟରୁ 10 ହଜାର ଲୋକଙ୍କୁ ଡିଏଲ ଦିଆଯାଇଛି ।

ସରି ଆସୁଛି ଡେଡ୍ ଲାଇନ
ଏବେବି ଅବଶିଷ୍ଟ ଲୋକେ ଡିଏଲ ପାଇ ପାରି ନାହାଁନ୍ତି । ନୂତନ ମଟର ଯାନ ଆଇନ ଅନୁସାରେ ମାର୍ଚ୍ଚ 1 ତାରିଖ ଠାରୁ ଜିଲ୍ଲାରେ ପ୍ରାୟେ 24 ରୁ ଅଧିକ ସ୍ଥାନରେ କାଗଜ ପତ୍ର ଯାଞ୍ଚ କରାଯିବା ସହିତ ନିୟମ ଖିଲାପକାରୀଙ୍କ ଠାରୁ ବର୍ଦ୍ଧିତ ଫାଇନ ଆଦାୟ କରାଯିବ । ତେବେ ଡିଏଲ ପାଇ ନଥିବା ଲୋକଙ୍କୁ ଖୁବ ଶୀଘ୍ର ଡିଏଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କିଶୋର ପଣ୍ଡା ।ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details