ଜଗତସିଂହପୁର:ପାରାଦ୍ୱୀପରେ ଶ୍ରମିକଙ୍କ ବିଶାଳ ସମାବେଶ । ବିଭିନ୍ନ ସମସ୍ୟା ନେଇ ବିଶାଳ ଶ୍ରମିକ ସମାବେଶର ଆୟୋଜନ ହୋଇଥିଲା । ଏଭି ସମାବେଶରେ ଅଖିଳ ଭାରତୀୟ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନା ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏନେଇ ଘନଶ୍ୟାମ ଜେନା କହିଛନ୍ତି ଯେ, '' ଜିଲ୍ଲାର ପାରାଦ୍ୱୀପ ସହରରେ 15ରୁ ଅଧିକ ଶ୍ରମିକ ସଂଗଠନ ରହିଛି । ମାତ୍ର ବିଭିନ୍ନ ଶିଳ୍ପନୁଷ୍ଠାନ ଗୁଡିକ ଶ୍ରମିକ ମାରଣ ନୀତି ଅବଲମ୍ବନ କରୁଛନ୍ତି ।
ଠିକା ଶ୍ରମିକ ମାନଙ୍କ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଅଣଦେଖା କରାଯାଉଛି । ବିନା ସେପ୍ଟିରେ ଶ୍ରମିକ ମାନଙ୍କୁ ବିପଦ ସଂକୁଳ କାର୍ଯ୍ୟ ପାଇଁ କୁହାଯାଇଛି । ଫଳରେ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ଜୀବନ ବାଜିରେ ଲାଗୁଛି । କେନ୍ଦ୍ର ସରକାରଙ୍କ ଶ୍ରମ ଆଇନକୁ ଖୁଲମଖୋଲା ଭାବେ ଉଲ୍ଲଂଘନ କରାଯାଉଥିବା ଶ୍ରମିକ ନେତା ଅଭିଯୋଗ କରିଥିଲେ ।'' ଏନେଇ ଶ୍ରମିକ ନେତା ସାରଦା ପ୍ରସନ୍ନ ନାୟକ କହିଛନ୍ତି, ''ପାରାଦ୍ବୀପରେ ପାଖାପାଖି ୧୦ରୁ ୧୨ଟି ଶ୍ରମିକ ସଂଗଠନ ରହିଛି । କିନ୍ତୁ ସେମାନେ ଶ୍ରମିକଙ୍କୁ ନ୍ୟାୟ ନଦେଇ ନିଜ ପକେଟ ବିଷୟରେ ଚିନ୍ତା କରୁଛନ୍ତି, ଲୋକଙ୍କ ବିଷୟରେ ଚିନ୍ତା କରୁନାହାନ୍ତି ।"