ଓଡିଶା

odisha

ETV Bharat / state

ବିଶ୍ବ ରେଡିଓ ଦିବସ: ଆଜିବି ସ୍ରୋତାଙ୍କୁ ବାନ୍ଧି ରଖିଛି ରେଡିଓ - ବିଶ୍ବ ରେଡିଓ ଦିବସ

ବିଶ୍ବ ରେଡିଓ ଦିବସ । ଦଶନ୍ଧି ଦଶନ୍ଧି ଧରି ସ୍ରୋତାଙ୍କୁ ବାନ୍ଧି ରଖି ପାରିଥିବା ରେଡିଓ, ଆଜିକା ଦିନରେ ବ୍ୟାପକ ଇଣ୍ଟରନେଟ ବ୍ୟବହାର ଫଳରେ ଟିକେ ପଛରେ ପଡିଯାଇଛି ସତ କିନ୍ତୁ ତାର ମୌଳିକତା ହରାଇ ନାହିଁ । ଆଜିବି ସନ୍ଧ୍ୟା ହେଲେ ନିପଟ ଗାଁର କେଉଁ ମାଟି ନଡାଛପର ଘରୁ ଭାସି ଆସୁଛି ସେହି ଆକାଶ ବାଣୀର ସ୍ବର । ଅଧିକ ପଢନ୍ତୁ....

World Radio Day
ବିଶ୍ବ ରେଡିଓ ଦିବସ, ଆଜି ବି ସ୍ରୋତାଙ୍କୁ ବାନ୍ଧି ରଖିଛି ରେଡିଓ

By

Published : Feb 13, 2020, 10:38 PM IST

ଜଗତସିଂହପୁର: ଆଜି (ଗୁରୁବାର) ବିଶ୍ବ ରେଡିଓ ଦିବସ । ଦଶନ୍ଧି ଦଶନ୍ଧି ଧରି ସ୍ରୋତାଙ୍କୁ ବାନ୍ଧି ରଖି ପାରିଥିବା ରେଡିଓ, ଆଜି ବ୍ୟାପକ ଇଣ୍ଟରନେଟ ବ୍ୟବହାର ଫଳରେ ଟିକେ ପଛରେ ପଡିଯାଇଛି ସତ କିନ୍ତୁ ତାର ମୌଳିକତା ହରାଇ ନାହିଁ । ଆଜିବି ସନ୍ଧ୍ୟା ହେଲେ ନିପଟ ଗାଁର କେଉଁ ମାଟି ନଡାଛପର ଘରୁ ଭାସି ଆସୁଛି ସେହି ଆକାଶ ବାଣୀର ସ୍ବର ।

ବିଶ୍ବ ରେଡିଓ ଦିବସ, ଆଜି ବି ସ୍ରୋତାଙ୍କୁ ବାନ୍ଧି ରଖିଛି ରେଡିଓ

ଜଗତସିଂହପୁର ଜିଲ୍ଲାର ନାଉଗାଁ, ଏରସମା, କୁଜଙ୍ଗ, ବିରିଡି ଆଦି ବ୍ଲକର କେତେକ ଉପାନ୍ତ ଅଞ୍ଚଳରେ ଏବେ ମଧ୍ୟ ସୂଚନାର ଏକମାତ୍ର ମାଧ୍ୟମ ପାଲଟିଛି ରେଡିଓ । ଜଗତସିଂହପୁର ଜିଲ୍ଲାରେ ବେତାର କେନ୍ଦ୍ର ନାହିଁ ସତ କିନ୍ତୁ ଆଜିବି ସ୍ରୋତାଙ୍କ ହୃଦୟରେ ରହିଛି ରେଡିଓ ଓ କାନରେ ଗୁଞ୍ଜରିତ ହେଉଛି ତାର ମଧୁର ମୂର୍ଚ୍ଛନାର ସ୍ବର ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details