ଜଗତସିଂହପୁର: ଜିଲ୍ଲାରେ ଆଜି 95 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 9, ବିରିଡି ରୁ 2, ଏରସମାରୁ 2, ଜଗତସିଂହପୁର ବ୍ଲକରୁ 7, କୁଜଙ୍ଗରୁ 29, ଜଗତସିଂହପୁର ପୌରାଞ୍ଚଳରୁ 1, ନାଉଗାଁରୁ 5, ପାରାଦ୍ୱୀପରୁ 25, ରଘୁନାଥପୁରରୁ 6 ଓ ତ୍ରିର୍ତ୍ତୋଲରୁ 9 ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି ।
ଜଗତସିଂହପୁରରେ ଆଜି 95 କୋରୋନା ଆକ୍ରାନ୍ତ ଚିହ୍ନଟ - ଜଗତସିଂହପୁର କୋରୋନା ଆକ୍ରାନ୍ତ
ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 9, ବିରିଡିରୁ 2, ଏରସମାରୁ 2, ଜଗତସିଂହପୁର ବ୍ଲକରୁ 7, କୁଜଙ୍ଗରୁ 29, ଜଗତସିଂହପୁର ପୌରାଞ୍ଚଳରୁ 1, ନାଉଗାଁରୁ 5, ପାରାଦ୍ୱୀପରୁ 25, ରଘୁନାଥପୁରରୁ 6 ଓ ତ୍ରିର୍ତ୍ତୋଲରୁ 9 ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି ।
ସେମାନଙ୍କ ମଧ୍ୟରୁ ପାରାଦ୍ୱୀପର ତୈଳ ବିଶୋଧନାଗାରରେ କାର୍ଯ୍ୟରତ 6 ଜଣ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି । ଆଜି ସୁଦ୍ଧା ଜିଲାରେ 32480 ଜଣଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ 30616 ଜଣଙ୍କ ନେଗେଟିଭ ଆସିଛି ।
ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଅନୁସାରେ 1574 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 1048 ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ସୁଦ୍ଧା 524 ଜଣ ସକ୍ରିୟ ଆକ୍ରାନ୍ତ ଏବେ ସୁଦ୍ଧା ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାର କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ