ଓଡିଶା

odisha

ETV Bharat / state

ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଗୁରୁତ୍ବ - jagatsinhpur

ଜିଲ୍ଲାରେ ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମତଦାନ କେନ୍ଦ୍ରରେ ଭୋଟର କିପରି ସୁରକ୍ଷିତ ଭାବେରେ ମତଦାନ କରିପାରିବେ ଏବଂ ଦିବ୍ଯାଙ୍ଗମାନେ ଯେପରି ଭୋଟ୍ ଦେବାରୁ ବଞ୍ଚିତ ନ ହୁଅନ୍ତି । ସେଥିପ୍ରତି ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ପୁନମଗୁହା ତାପସ୍ କୁମାର।

By

Published : Apr 29, 2019, 12:11 AM IST

ଜଗତସିଂପୁର: ଜିଲ୍ଲାରେ ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମତଦାନ କେନ୍ଦ୍ରରେ ଭୋଟର କିପରି ସୁରକ୍ଷିତ ଭାବେରେ ମତ ଦାନ କରିପାରିବେ, ଦିବ୍ଯାଙ୍ଗମାନେ ଯେପରି ଭୋଟ୍ ଦେବାରୁ ବଞ୍ଚିତ ନ ହୁଅନ୍ତି । ସେଥିପ୍ରତି ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ପୁନମଗୁହା ତାପସ୍ କୁମାର।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଜଗତସିଂପୁର

ଜିଲ୍ଲାର 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 60ଟି ବୁଥକୁ ମଡେଲ ବୁଥ୍ ଏବଂ 280 ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଘୋଷଣା କରାଯାଇଛି । ସେହିପରି ଭିନ୍ନକ୍ଷମାନଙ୍କ ପାଇଁ ସୁଗମ୍ଯ ଯାନର ବ୍ୟବସ୍ଥା କରିବା ସହ ସ୍ବେଛାସେବୀ ମାନଙ୍କୁ ନିୟୋଜିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ନଜର ରଖିବା ପାଇଁ ଭିଡିଓ ଗ୍ରାଫିକ୍ସ ଲଗାଯାଇଛି । ଏହାସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details