ଜଗତସିଂହପୁର: ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଦିନକୁ ଦିନ ବିଜୟଶଙ୍କରଙ୍କ ନାମରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ପ୍ରେମିକାଙ୍କୁ ବିବାହ ପାଇଁ କଥା ଦେଇ ନ ରଖିବା ପରେ ଚର୍ଚ୍ଚାକୁ ଆସିଥିବା ବିଧାୟକଙ୍କ ନାମରେ ଆସିଛି ଆଉ ଏକ ଅଭିଯୋଗ । ବିଧାୟକ କେତେକ ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ସେକ୍ସ ରାକେଟ ଚଳାଉଥିବ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକ ମାର୍କତନଗରର ଜଣେ ସାମାଜିକକର୍ମୀ ସିଗ୍ଧାରାଣୀ ବିଶ୍ବାଳ ।
କଟକ ବାଦାମବାଡି ଅଞ୍ଚଳର ପ୍ରତୁଷା ନନ୍ଦ ନାମକ ଜଣେ ଯୁବତୀଙ୍କ ସହ ବିଧାୟକଙ୍କ ସମ୍ପର୍କ ରହିଥିବା ସେ ଦାବି କରିଛନ୍ତି । ବିଭିନ୍ନ ସମୟରେ ଅନେକ ଯୁବତୀଙ୍କ ସହ ବିଧାୟକ ଅନୈତିକ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପତ୍ରରେ ଏକାଧିକ ଯୁବତୀଙ୍କ ନାମ ଉଲ୍ଲେଖ ହୋଇଛି । ଯାହାକୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅଭିଯୋଗ ଆସିବା ପରେ ବିଧାୟକ ବିଜୟଶଙ୍କର ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣା ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ ବୋଲି ସାଧାରଣରେ ଆଚୋଲନା ହେଉଛି ।