ଓଡିଶା

odisha

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ, ବିଗିଡିଲା କଂଗ୍ରେସ ନେତାଙ୍କ ସ୍ବାସ୍ଥ୍ୟବସ୍ଥା

By

Published : Nov 12, 2022, 8:47 AM IST

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ । ବିଗିଡିଲା ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକଙ୍କ ସ୍ବାସ୍ଥ୍ୟବସ୍ଥା । ଅଧିକ ପଢନ୍ତୁ

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ
ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ

ଜଗତସିଂହପୁର: ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନରେ ବସିଛନ୍ତି ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଏହି ଅନଶନ ଷଷ୍ଠଦିନରେ ପହଞ୍ଚିଛି । ତେବେ ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରୁବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଅନଶନ ଛାଡି ନଯିବା ପାଇଁ ଜିଦ ଧରିବାରୁ ତାଙ୍କୁ ବାଧ୍ୟ ହୋଇ ଡାକ୍ତରିଟିମ ଅନଶନ ସ୍ଥଳରେ ସାଲାଇନ ଦେବା ସହ ଚିକିତ୍ସା କରିଛନ୍ତି ।

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ

ଏହା ମଧ୍ୟ ପଢନ୍ତୁ: World Pneumonia Day: ଜାଣନ୍ତୁ ନିମୋନିଆର କାରଣ ଓ ଲକ୍ଷଣ, ରୁହନ୍ତୁ ସତର୍କ

ସୂଚନା ଅନୁସାରେ, ତିର୍ତ୍ତୋଲ ବ୍ଲକ ନାଉସିରାଠାରେ ଅସି ଦଶକରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଉଦ୍ୟମରେ ଶାରଳା ସୂତାକଳ ପ୍ରତିଷ୍ଠା ହୋଇଥିଲା । ସେ ସମୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ସ୍ଥାନୀୟ ଲୋକେ ନିଯୁକ୍ତି ପାଇଥିଲେ । 1999 ମସିହା ମହାବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ପରେ ଏହାକୁ ଚଳାଇବା ସମ୍ଭବ ହୋଇ ନଥିଲା । ଫଳରେ ସରକାର ଏହାକୁ ବନ୍ଦ କରି ଦେଇଥିଲେ । ଦୀର୍ଘ 22 ବର୍ଷ ପରେ ସୂତାକଳକୁ ନେଇ ହୋଇଥିବା ଋଣ ପରିଶୋଧ ନହେବାରୁ ଭୁବନେଶ୍ୱରର ଏକ ଜାତୀୟ କରଣ ବ୍ୟାଙ୍କ ଏହାର ସ୍ଥାବର ସମ୍ପତିକୁ ନିଜ ଅଧିନକୁ ନେଇଥିଲା । ଏହାକୁ ବିରୋଧ କରି ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ସେହିଠାରେ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନରେ ବସିଲେ କଂଗ୍ରେସ ନେତା

ଏହାକୁ ନେଇ ସେ ତିର୍ତ୍ତୋଲରୁ ନବୀନ ନିବାସ ପଦଯାତ୍ରା କରି ଦାବି ଉପସ୍ଥାପନ କରିଥିଲେ । ହେଲେ ସରକାର କୌଣସି ପଦକ୍ଷେପ ନେଉ ନଥିବା ଦର୍ଶାଇ ଆଜକୁ 5ଦିନ ହେବ ସେ ସୂତାକଳ ସମ୍ମୁଖରେ ଅନଶନରେ ବସିଛନ୍ତି । ଏନେଇ ତିର୍ତ୍ତୋଲ କଂଗ୍ରେସ ନେତା କହିଛନ୍ତି, "ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଶନସ୍ଥଳକୁ ଉପ ଜିଲ୍ଲାପାଳ, ତହସିଲଦାର ଆଦି ପ୍ରଶାସନିକ ଅଧିକାରୀମାନେ ଆସିଥିଲେ । କିନ୍ତୁ ଏଯାଏଁ କୌଣସି ଘୋଷଣା କରିନାହାନ୍ତି । ଯେ ପର୍ଯ୍ୟନ୍ତ ସରକାର ଘୋଷଣା ନ କରିଛନ୍ତି ପର୍ଯ୍ୟନ୍ତ ଅନଶନରୁ ଉଠିବେ ନାହିଁ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details