ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥି ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନ ୧୧ ଟା ରେ ଶତାଧିକ କର୍ମୀଙ୍କ ସହ ବିଜୟ ଶଙ୍କର ମା, ଶାରଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପ୍ରର୍ଥମେ ବିରିଡି, ରଘୁନାଥପୁର ପରେ ତିର୍ତ୍ତୋଲ ଦେଇ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଛିଥିଲେ। ସାଥିରେ ଥିଲେ ସାଂସଦ ରାଜଶ୍ରୀ ମଲ୍ଲିକ, ବିଜେଡି ଜିଲା ସଭାପତି ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ବିଜେଡି କର୍ମକର୍ତ୍ତା ।
ଦିନ ୧ ଟା ସମୟରେ ରିଟନିଙ୍ଗ୍ ଅଫିସର୍ ତଥା ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁଙ୍କ ନିକଟରେ ବିଜୟ ଶଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଗାମୀ ଦିନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି। ତେବେ ବିଜେଡିରେ ବିଷ୍ଣୁ ଓ ରାଜଶ୍ରୀଙ୍କ ଗୋଷ୍ଠୀ ଭିନ୍ନ ଭିନ୍ନ ଥିବାବେଳେ ଆଜି ରାଜଶ୍ରୀ ବିଜୟ ଶଙ୍କରଙ୍କ ସହ ଥିବାରୁ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ମଧ୍ୟରେ ଗୋଷ୍ଠୀ ବିବାଦ ନଥିବା କହିଛନ୍ତି ସାଂସଦ ରାଜଶ୍ରୀ ମଲ୍ଲିକ।