ଓଡିଶା

odisha

ETV Bharat / state

ସାତକୋଶିଆରେ ବାଘୁଣୀ ଅସୁସ୍ଥ, ଲାଞ୍ଜରେ ହୋଇଛି କ୍ଷତ - ସାତକୋଶିଆ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଥିବା ଏକ ମାତ୍ର ବାଘୁଣୀ ଏବେ ଅସୁସ୍ଥ ଥିବା ଜଣାପଡିଛି। ବାଘୁଣୀର ଲାଞ୍ଜରେ ଆଘାତ ଲାଗି କ୍ଷତ ହୋଇଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ଲଗା ଯାଇଥିବା କ୍ୟାମେରା ଫୁଟେଜରୁ ଏହା ଜଣା ପଡ଼ିଛି। ଅଧିକ ପଢନ୍ତୁ..

tigress-is-ill-in-satakoshia
tigress-is-ill-in-satakoshia

By

Published : Jun 16, 2020, 10:07 PM IST

ଅନୁଗୋଳ: ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଥିବା ଏକ ମାତ୍ର ବାଘୁଣୀ ଏବେ ଅସୁସ୍ଥ ଥିବା ଜଣାପଡିଛି। ବାଘୁଣୀର ଲାଞ୍ଜରେ ଆଘାତ ଲାଗି କ୍ଷତ ହୋଇଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ଲଗା ଯାଇଥିବା କ୍ୟାମେରା ଫୁଟେଜରୁ ଏହା ଜଣା ପଡ଼ିଛି। କିଛି ଦିନ ପୂର୍ବେ କ୍ଷତ ଜଣା ପଡିଥିଲା। କିନ୍ତୁ ଏବେ କିଛି ଦିନ ହେଲେ କ୍ଷତ ସ୍ଥାନରୁ ଲୋମ ଝଡ଼ିବା ଆରମ୍ଭ ହୋଇ ଯାଇଛି। ଫଳରେ କ୍ଷତ ସ୍ଥାନରେ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି ।

ସାତକୋଶିଆରେ ବାଘୁଣୀ ଅସୁସ୍ଥ, ଲାଞ୍ଜରେ ହୋଇଛି କ୍ଷତ

କିନ୍ତୁ ବାଘୁଣୀ ସକ୍ରିୟ ଥିବା ଏବଂ ଜଙ୍ଗଲରେ ବିଚରଣ କରୁଥିବା କ୍ୟାମେରା ଫୁଟେଜରୁ ଜଣା ପଡ଼ିଛି। ତେବେ ଅଧିକାଂଶ ସମୟରେ ବାଘୁଣୀ କ୍ୟାମେରା ରେଞ୍ଜକୁ ଆସୁନଥିବାରୁ ତା ଅବସ୍ଥାର ପରିବର୍ତନ ସମ୍ପର୍କରେ ଜଣା ପଡୁନାହିଁ। ବାଘୁଣୀର ଏଭଳି ଅବସ୍ଥା ଦେଖି ବନ ବିଭାଗ ତା ଚକିତ୍ସା ପାଇଁ ଯୋଜନା କରୁଛି। କିନ୍ତୁ ବୟସାଧିକ ଯୋଗୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯିବା କି ନାହିଁ ସେ ନେଇ ବିଶେଷଜ୍ଞ ମାନଙ୍କ ସହ ବିଚାର ବିମର୍ଷ କରୁଛି। ଏନେଇ ସାତକୋଶିଆ କର୍ତ୍ତୃପକ୍ଷ ପିସିସିଏଫଙ୍କୁ ଜଣାଇ ଦେଇଛନ୍ତି।

କିନ୍ତୁ ସେପଟେ କୌଣସି ନିଷ୍ପତ୍ତି ଜଣାଇ ନାହାନ୍ତି। ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରଦୀପ ରାଜ କରଟେଙ୍କ କହିବା ଅନୁଯାୟୀ ବାଘୁଣୀକୁ ଚକିତ୍ସା ଆବଶ୍ୟକ। କିନ୍ତୁ ତାକୁ ନଧରିଲେ ଚିକିତ୍ସା କରିବା ଆଦୌ ସମ୍ଭବ ନୁହେଁ। ତେଣୁ ଯନ୍ତା ପକାଇ ଧରିବାକୁ ଆଲୋଚନା କରା ଯାଉଛି। ଅନ୍ୟ ପକ୍ଷରେ ବାଘୁଣୀ ସବୁବେଳେ କ୍ୟାମେରା ସାମ୍ନାକୁ ଆସୁନଥିବାରୁ ସେଠାରେ ମହେନ୍ଦ୍ର ଓ ରାଜକୁମାର ଏହି ଦୁଇ ହାତୀ ସହାୟତାରେ ମନିଟରିଂ କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details