ଓଡିଶା

odisha

ETV Bharat / state

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡ଼ି କରାଯାଇଛି। ଜିଲ୍ଲାର ବିଭିନ୍ନ ପ୍ରଵେଶ ପଥକୁ ସିଲ୍ କରିଛି ଜଗତସିଂହପୁର ପୋଲିସ । ଅଧିକ ପଢ଼ନ୍ତୁ...

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

By

Published : Nov 2, 2020, 8:54 PM IST

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପ୍ରଵେଶ ପଥକୁ ସିଲ୍ କରିଛି ଜଗତସିଂହପୁର ପୋଲିସ। ବିଶେଷ କରି କନ୍ଦରପୁର ରାସ୍ତା ଦେଇ ଆସୁଥିବା ଗାଡ଼ି ଗୁଡ଼ିକୁ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ସେହିପରି ଜିଲ୍ଲାର ବିରିଡି, ହାଜିପୁର, ରଘୁନାଥପୁର, ତାରପୁର, ଜୟପୁର, ତିର୍ତ୍ତୋଲ ଆଦି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଅଞ୍ଚଳ ଗୁଡ଼ିକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ଏହି ଅଞ୍ଚଳ ଦେଇ ଯାଉଥିବା ପ୍ରତ୍ୟେକ ଚାରି ଚକିଆ ଓ ବାଇକକୁ ତନ୍ନତନ୍ନ କରି ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ଏସପି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଛାଡ଼ି ଦେଲେ ଅନ୍ୟ କାହାରିକୁ ନିର୍ବାଚନ ମଣ୍ଡଳୀ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି ।

ପୋଲିସ ପକ୍ଷରୁ ସ୍ପେଶାଲ ସ୍କ୍ବାଡ ଗଠନ କରାଯାଇଛି । ସନ୍ଦେହ ହେଉଥିବା ସ୍ଥାନ ଗୁଡ଼ିକ ଉପରେ ଚଢ଼ାଉ ଜାରି ରଖିଛି ପୋଲିସ । ଏହାସହ ସନ୍ଦେହ ଘେରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଠାବ କରାଯାଇ ତାଙ୍କୁ ପଚରାଉଚରା କରାଯାଉଛି ।

ଆସନ୍ତା କାଲି(ମଙ୍ଗଳବାର) ବାଲେଶ୍ବର ସଦର ସମେତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ । ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାଶ, କଂଗ୍ରେସ ପକ୍ଷରୁ ଇଂ ହିମାଂଶୁ ମଲ୍ଲିକ ଓ ବିଜେପି ପକ୍ଷରୁ ଡ. ରାଜକିଶୋର ବେହେରା ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହାପୂର୍ବରୁ ତିର୍ତ୍ତୋଲରେ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ଏଠାରେ ନିର୍ବାଚିତ ହୋଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details