ଜଗତସିଂହପୁର: ମୁଖ୍ୟ ଚିକିତ୍ସାଳୟରୁ ଜଣେ ତିନି ବର୍ଷର ଶିଶୁକୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜେଜେ ମାଆ ।ଏରସମା ଥାନା ଅଞ୍ଚଳ ଆମ୍ବେକି ଗ୍ରାମର ଚନ୍ଦ୍ରମା ସ୍ୱାଇଁ ନାମକ ଜଣେ ବୃଦ୍ଧା ତାଙ୍କ ତିନି ବର୍ଷର ନାତି ବାବୁଲକୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ।
ବରା ଦେବାକୁ କହି ଜେଜେମା’ ସାମନାରେ ନାତିକୁ ଅପହରଣ - ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରୁ ଶିଶୁକୁ ଅପହରଣ
ଦ୍ବିନ ଦ୍ବିପ୍ରହରରେ ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ...
ବୃଦ୍ଧା ଜଣକ ଜଗତସିଂହପୁର ସହରକୁ ଆସି ଭିକ୍ଷାବୃତ୍ତି କରି ଚଳନ୍ତି । ଏହାସହ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ବାରଣ୍ଡାରେ ଜେଜେ ମାଆ ଓ ନାତି ଦୁହେଁ ଆଶ୍ରୟ ନେଇଥାନ୍ତି । ଶିଶୁ ଜଣକ ଆଜି(ଶୁକ୍ରବାର) ମେଡିକାଲ ପରିସରରେ ଖେଳୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ବରା ଦେବାକୁ ପ୍ରଲୋଭିତ କରି ଅପହରଣ କରି ନେଇଛି । ଏହାକୁ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧା । ଜଗତସିଂହପୁର ପୋଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଶିଶୁଟିର ବାପା ଓ ମାଆ କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଜେଜେ ମାଆ ଶିଶୁଟିର ଦାୟିତ୍ବ ନେଇ ଲାଳନପାଳନ କରି ଆସୁଥିଲେ । ଭିକ୍ଷାବୃତ୍ତି କରି ଜେଜେ ମାଆ ଓ ନାତି ଚଳି ଆସୁଥିବା ବେଳେ କେହିଜଣେ ଦୁର୍ବୁତ୍ତ ଶିଶୁକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ