ଜଗତସିଂହପୁର: ଟ୍ରେନ ଧକ୍କାରେ 3 ହରିଣ ମୃତ । ମୁଗ ଖାଇବାକୁ ଯାଉଥିବାବେଳେ ଦୁର୍ଘଟଣା । ଦୁର୍ଘଟଣାଟି ଜଗତସିଂହପୁର ସଦର ବନ ବିଭାଗ ଅଧିନ ସାଲିଜଙ୍ଗା ନିକଟରେ ଘଟିଛି ।
ସ୍ଥାନୀୟ ଫରେଷ୍ଟର ରାଜେନ୍ଦ୍ର ସାମନ୍ତ ରାୟଙ୍କ କହିବା ଅନୁସାରେ, ରଘୁନାଥପୁର ବ୍ଲକ ଧରତଙ୍ଗ ଜଙ୍ଗଲ ମଧ୍ୟରୁ ହରିଣ ଦଳ ସ୍ଥାନୀୟ ଅଞ୍ଚଳକୁ ମୁଗ ଖାଇବାକୁ ଯିବା ସମୟରେ କଟକରୁ ପାରାଦ୍ବୀପ ଯାଉଥିବା ଏକ ମାଲବାହୀ ଟ୍ରେନ ହରିଣ ପଲଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହରିଣ ପଲଙ୍କ ମୃତ୍ୟୁ ହୋଇଛି ।