ଜଗତସିଂହପୁର: ଅଳ୍ପକେ ବର୍ତ୍ତିଲେ 3 ବାଲାଂଦେଶୀ ନାବିକ । ଗୁରୁବାର ରାତିରେ ଜଗତସିଂହପୁର ପାରାଦ୍ୱୀପରେ ଘଟିଥିବା ଏକ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଛନ୍ତି 3 ବାଂଲାଦେଶୀ ନାବିକ ।
ଘଟଣାରୁ ପ୍ରକାଶ ଯେ, ମାଲ ଫ୍ଲାଗ ବହନକାରୀ ସେଂଛୁରୀ ନାମକ ଜାହାଜ ବାଂଲାଦେଶରୁ ଆସି ଗୁରୁବାର ରାତିରେ ପାରାଦୀପ ବନ୍ଦରରେ ଆସି ଲାଗିଥିଲା। ଆଙ୍କରେଜ ପାଇଁ ଅପେକ୍ଷା କରିଥିବା ସମୟରେ ହଠାତ୍ ତିନି ଜଣ ନାବିକ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ 3 ଜଣ ନାବିକ ଭାସି ଯାଇଥିଲେ।