ଜଗତସିଂହପୁର:ଚଳିତ ବର୍ଷ ୧୦୪ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୧୧,୭୩,୫୨୯.୪୧ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଏନେଇ ଗତକାଲି ଉଦଘାଟିତ ହୋଇଯାଇଛି ଧାନମଣ୍ଡି । ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇ 2021-22 ଖରିଫ ବର୍ଷ ନିମନ୍ତେ ଧାନମଣ୍ଡି ଉଦଘାଟନ କରିଥିଲେ।
ଚଳିତ ବର୍ଷ 12 ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟରେ ଜଗତସିଂହପୁର - ଖରିଫ ଋତୁ ଧାନ ସଂଗ୍ରହ
ଜଗତସିଂହପୁରରୁ ଚଳିତ ବର୍ଷ 12 ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବ ଯୋଗାଣ ବିଭାଗ । ଖରିଫ ଋତୁ ପାଇଁ ଉଦଘାଟନ କଲା ଧାନମଣ୍ଡି । ଅଧିକ ପଢନ୍ତୁ
ଖରିଫ ଋତୁ ପାଇଁ ଧାନମଣ୍ଡି ଉଦଘାଟନ, ଚଳିତ ବର୍ଷ 12ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ
ଖରିଫ ଋତୁ ପାଇଁ ଧାନମଣ୍ଡି ଉଦଘାଟନ, ଚଳିତ ବର୍ଷ 12ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ
ତେବେ ଗତକାଲି ଠାରୁ ଠାରୁ ବ୍ଲକରେ ମଣ୍ଡି ଖୋଲା ଯାଇଥିବା ବେଳେ ଜାନୁଆରୀ 20 ତାରିଖରେ ଜଗତସିଂହପୁର, ନାଉଗାଁ,ବିରିଡି, ବାଲିକୁଦା, ଏରସମା, ଓ କୁଜଙ୍ଗ ଅଞ୍ଚଳରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ । ସାଧାରଣତଃ ଏଫଏକ୍ୟୁ ଧାନ କ୍ବିଣ୍ଟାଲ ପିଛା 1940 ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଧାନ କ୍ବିଣ୍ଟାଲ ପ୍ରତି 1960 ଟଙ୍କା ଧାର୍ଯ୍ୟ କରାଯାଇଛି । ଟୋକନ ପାଇଥିବା ଚାଷୀ କେବଳ ମଣ୍ଡିରେ ନିଜର ଧାନ ବିକ୍ରି କରି ପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ