ଓଡିଶା

odisha

ETV Bharat / state

ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିଲା ଚୋର, ପ୍ରାଣ ବିକଳରେ ଧାଇଁଲା ପୋଲିସ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ ଚୋର ମାଡରେ ପୋଲିସ ହାବିଲଦାର ଗୁରୁତର । ଗାଁ ଦାଣ୍ଡରେ ହାତର ମାରାଣାସ୍ତ୍ର ଧରି ପୋଲିସକୁ ପିଟିଲା ଚୋର । ଅଧିକ ପଢନ୍ତୁ...

ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିଲା ଚୋର , ପ୍ରାଣ ବିକଳରେ ଧାଇଁଲା ପୋଲିସ
ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିଲା ଚୋର , ପ୍ରାଣ ବିକଳରେ ଧାଇଁଲା ପୋଲିସ

By

Published : Jul 2, 2021, 2:15 PM IST

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୋଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର। ଗାଁ ଦାଣ୍ଡରେ ହାତରେ ମାରଣାସ୍ତ୍ର ଧରି ପୋଲିସକୁ ଗୋଡେଇ ଗୋଡେଇ ପିଟିଲା ଅଭିଯୁକ୍ତ । ପୋଲିସ ହାବିଲଜାର ମଧ୍ୟ ଲହୁଲୁହାଣ ହୋଇ ଅସହାୟ ଅବସ୍ଥାରେ ପ୍ରାଣ ବିକଳରେ ଧାଉଁ ଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ । ଆକ୍ରମଣ କରିଥିବା ଅଭିଯୁକ୍ତ ଜଣଙ୍କ ହେଲା ରମେଶ ବରାଳ (ନନ୍ଦ)। ଅଭିଯୁକ୍ତ ମାଡରେ ଗୁରୁତର ହୋଇଥିବା ହାବିଲଦାର ଜଣଙ୍କ ହେଲେ ସ୍ମୃତି ରଞ୍ଜନ ମହାପାତ୍ର । ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିବା ବେଳେ ପୂର୍ବରୁ ତା ନାମରେ 5 ଅପରାଧିକ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିଲା ଚୋର

ସମ୍ପୂର୍ଣ୍ଣ ଘଟଣା ଥିଲା କିଛି ଏହିପରି, ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ ଚୋରିହୋଇଥିଲା। ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ତିର୍ତ୍ତୋଲ ପୋଲିସ ସନ୍ଧାନି କୁକୁର ସାହାଯ୍ୟରେ ଗୁରୁବାର ଅପରାହ୍ନରେ ତଦନ୍ତ କରିଥିଲେ। ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟକୁ ଇଙ୍ଗିତ କରିଥିଲା। କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା ପୋଲିସ ହାବିଲଦାର ଜଣଙ୍କ କବାଟ ବାଡାଇ ଘରେ କିଏ ଅଛ ଡାକିଥିଲେ। ଘରଭିତରୁ ରତ୍ନାକରଙ୍କ ପୁଅ ନନ୍ଦ ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ ହାବିଲଦାର ଜଣଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

ଘଟଣା କେବଳ ଗାଳିଗୁଲଜରେ ସୀମିତ ନଥିଲା । ଗାଁ ଦାଣ୍ଡରେ ହାବିଲଦାର ଜଣଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ମାଡ ମାରିଥିଲା ଅଭିଯୁକ୍ତ ରମେଶ । ତେବେ ଏହି ସମୟରେ ତାକୁ ଅଟକାଇବାକୁ ଚେଷ୍ଟା କରୁଥିବା ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣେ ମହିଳା ଏସଆଇ ଓ ଅନ୍ୟଜଣେ କନଷ୍ଟେବଳ ମଧ୍ୟ ଆହତ ହୋଇଥିବା ଜଣା ଯାଇଛି । ଗୁରୁତର ଆହତ ଅବସ୍ଥାରେ ହାବିଲଦାର ସ୍ମୃତି ରଞ୍ଜନ ମହାପାତ୍ରଙ୍କୁ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details