ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ - ମାସ୍କ ଦୁର୍ନୀତି

ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ..

the-student-congress
the-student-congress

By

Published : Jun 16, 2020, 10:06 PM IST

ଜଗତସିଂହପୁର: ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି କୁମାର ପ୍ରୀତମ ରାଉତଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକତା ମାନେ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ଆସି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମାସ୍କ ଦୁର୍ନୀତି ଅଭିଯୋଗ ଆଣି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁଶ ପିତୁଳିକା ଦାହ କଲା ଛାତ୍ର କଂଗ୍ରେସ
ପରେ ମାସ୍କ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ଅଧିକାରୀ ଜଡିତ ଥିବା ଅଭିଯୋଗ କରିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ରାଜ୍ୟ ସରକାର ତୁରନ୍ତ ମାସ୍କ ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ କରିବାକୁ ଛାତ୍ର କଂଗ୍ରେସ ସଭାପତି ଦାବି କରିଥିଲେ ।ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details