ଓଡିଶା

odisha

By

Published : Mar 21, 2020, 8:45 PM IST

ETV Bharat / state

କରୋନା ପ୍ରଭାବରେ ଘାଇଲା ଚିକେନ ମାର୍କେଟ

କରୋନାକୁ ନେଇ ହାଇଆଲର୍ଟ ଜାରି ହୋଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ଚିକେନ୍ ମାର୍କେଟ ଉପରେ । ଜଗତସିଂହପୁର ଜିଲ୍ଲାରେ ପ୍ରାୟେ 4 ହଜାର କୁକୁଡ଼ା ଫାର୍ମର ବ୍ୟବସାୟୀ ମାନେ ନିଜ କୁକୁଡ଼ାକୁ ଶାଗ ମାଛ ଦରରେ ବିକ୍ରି କରିଛନ୍ତି ।

The price of chicken has been affected by corona
କରୋନା ପ୍ରଭାବରେ ଘାଇଲା ଚିକେନ ମାର୍କେଟ

ଜଗତସିଂହପୁର: କରୋନାକୁ ନେଇ ହାଇଆଲର୍ଟ ଜାରି ହୋଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ଚିକେନ୍ ମାର୍କେଟ ଉପରେ । ଜଗତସିଂହପୁର ଜିଲ୍ଲାରେ ପ୍ରାୟେ 4 ହଜାର କୁକୁଡ଼ା ଫାର୍ମର ବ୍ୟବସାୟୀ ମାନେ ନିଜ କୁକୁଡ଼ାକୁ ଶାଗ ମାଛ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ଚିକେନ୍ କିଲୋ ପ୍ରତି 150ରୁ 200 ଟଙ୍କା ଦରରେ ବିକ୍ରି କରାଯାଉଥିବା ବେଳେ ଏବେ 4ଟି କୁକୁଡ଼ାର ମୂଲ୍ୟ 100 ଟଙ୍କାରେ ବିକ୍ରି କରାଯାଉଛି । ଯାହାର ଆନୁମାନିକ ଓଜନ ପ୍ରାୟ 6ରୁ 7 କିଲୋ ହେବ । ଚିକେନ୍ ଗୁଡିକ ଏତେ ଶସ୍ତାରେ ବିକ୍ରି କରାଯାଉଥିବାରୁ ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେପଟେ ଚିକେନ ଦର ହ୍ରାସ ପାଉଥିବାରୁ ଲୋକେ ଏହି ସୁଯୋଗକୁ ହାତ ଛଡା କରୁନାହାନ୍ତି ।

କରୋନା ପ୍ରଭାବରେ ଘାଇଲା ଚିକେନ ମାର୍କେଟ

ଜିଲ୍ଲାରେ ଶନିବାର ଦିନ 80 କ୍ବିଣ୍ଟାଲ ଚିକେନ୍ ବିକ୍ରି ହୋଇଥିବା ଖବର ମିଳିଛି । କୁକୁଡ଼ା ଦାନା ମିଳୁନଥିବାରୁ ବ୍ୟବସାୟୀ ମାନେ ଶସ୍ତାରେ ବିକ୍ରି କରି ଦେଉଥିବା କହିଛନ୍ତି । ଏହାସହ ସରକାର ଯଦି ଆଗକୁ ଚିକେନ୍ ଉପରେ କଟକଣା ଜାରି କରିବେ ସେ ଡରରେ ମଧ୍ୟ କୁକୁଡା ବିକ୍ରି କରୁଥିବା କିଛି ବ୍ୟବସାୟୀ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details