ଜଗତସିଂହପୁର: ପାରାଦ୍ବୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ଇଣ୍ଡଷ୍ଟ୍ରିଆଲ ଇନଭେଷ୍ଟମେଣ୍ଟକୁ ବଢାଇବା ସହିତ ଇଣ୍ଡଷ୍ଟ୍ରୀ ଗୁଡିକର ଫିନିସିଂ ପ୍ରଡକ୍ଟ ଗୁଡିକୁ ଏକ୍ସପୋର୍ଟ ଓ ଇମପୋର୍ଟ କରିବା ପାଇଁ ପାରାଦ୍ବୀପ ବନ୍ଦରକୁ ମେକାନାଇଜ କରାଯାଉଛି। ଖୁବ୍ କମ ସମୟରେ ପଣ୍ୟ କାରବାର କରାଯିବା ସହିତ ନଦୀ ଭିତ୍ତିକ ବନ୍ଦରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।
ପାରାଦ୍ବୀପ ବନ୍ଦର ପକ୍ଷରୁ 27 ଟି କମ୍ପାନୀ ସହିତ ଏମଓୟୁ ସ୍ବାକ୍ଷରିତ ଏହି ପରିପ୍ରେକ୍ଷୀରେ ଗୁରୁବାର ପାରାଦ୍ବୀପ ବନ୍ଦର ପକ୍ଷରୁ ଛୋଟ ବଡ ୨୭ ଟି କମ୍ପାନୀ ସହିତ ୨୭ ହଜାର ୪୫୦ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର କରାଯାଇଛି। ଏଥିରେ ତ୍ରିବେଣୀ ଗ୍ରୁପ ୨୪ ମିଲିୟନ ମେଟ୍ରିକ ଟନ୍ ର ପେଲେଟ ପ୍ଲାଣ୍ଟ, ଏଷାର ଗୃପ ୧୪ ମିଲିୟନ ମେଟ୍ରିକ ଟନ୍ ର ପେଲେଟ ପ୍ଲାଣ୍ଟ, ଆର୍ସେଲର ମିତଲ ୧୨ ମିଲିୟନ ମେଟ୍ରିକ ଟନ୍ ର ପେଲେଟ ପ୍ଲାଣ୍ଟର ପଣ୍ୟ ପାରାଦ୍ବୀପ ବନ୍ଦର ଦେଇ ପରିବହନ କରାଯିବ।
ସେହିପରି ଇଫକୋ ସାର କାରଖାନା ଓ OSL ଦ୍ବାରା ତିଆରି ହେଉଥିବା ରିଭରାଇନ ଜେଟ୍ଟି ପାଇଁ ମଧ୍ୟ ପାରାଦ୍ବୀପ ବନ୍ଦର ଏମଓୟୁ ସ୍ବାକ୍ଷର କରିଛି। ଏହି ଜେଟ୍ଟି ଦ୍ବାରା ଖୁବ୍ କମ୍ ସମୟ ମଧ୍ୟରେ ପାରାଦ୍ବୀପ ବନ୍ଦରକୁ ଜିପସମ୍ ଓ ସାର ପରିବହନ କରାଯାଇ ପାରିବ। ତେବେ ଏହି ସବୁ ଏମଓୟୁକୁ ନେଇ କମ୍ପାନୀମାନେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ ଆସନ୍ତା ମାର୍ଚ୍ଚ ୩ ତାରିଖରେ ପାରାଦ୍ବୀପ ବନ୍ଦର ପକ୍ଷରୁ ତିନିଦିନିଆ ମେରିଟାଇମ ଇଣ୍ଡିଆ ସବମିଟ ଆରମ୍ଭ କରାଯିବ। ଏଥିରେ ଓଡିଶାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବହୁ ଶିଳ୍ପ ସଂସ୍ଥା ମଧ୍ୟ ସାମିଲ ରହିବେ। ଏହା ଦ୍ଵାରା ପାରାଦ୍ବୀପ ବନ୍ଦର ସହିତ ଓଡିଶାରେ ଶିଳ୍ପର ଅଗ୍ରଗତି ହୋଇପାରିବ ବୋଲି ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ସୂଚନା ଦେଇଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ