ଜଗତସିଂହପୁର: ଜୀବିକା ହରାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସପରିବାର ଧାରଣା ଦେଲେ ବୃଦ୍ଧ ମାଛ ବ୍ୟବସାୟୀ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ମାଛ ବ୍ୟବସାୟୀ ଜଣଙ୍କ ହେଲେ ଜଗତସିଂହପୁର ଚାଟରା କୃଷକ ବଜାରରେ ମାଛ ବ୍ୟବସାୟ କରୁଥିବା ଦଳିତ ବୃନ୍ଦାବନ ସାମଲ ।
ବୃନ୍ଦାବନ ଅଭିଯୋଗ କରିଛନ୍ତି ଯେ ସେ ସ୍ଥାନୀୟ କୃଷକ ବଜାରରେ 2005ରୁ ମାଛ ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିଲେ। 2014ରେ ମାଛ ବ୍ୟବସାୟ ପାଇଁ ଜଗତସିଂହପୁର ନିଅନ୍ତ୍ରିତ ବଜାର କମିଟି ପକ୍ଷରୁ ପିଣ୍ଡି ପାଇଁ ଲଟେରୀର ବ୍ୟବସ୍ଥା କରାଯାଇଥିଲା। ସେଥିରେ ମଧ୍ୟ ବୃନ୍ଦାବନଙ୍କ 4 ନଂ ପିଣ୍ଡି ଲଟେରିରେ ପାଇଥିଲେ । ସେଠାରେ ସେ ବ୍ୟବସାୟ ମଧ୍ୟ କରୁଥିଲେ ।