ଜଗତସିଂହପୁର:ଜିଲ୍ଲାର ଇଷ୍ଟ ଦେବୀ ମା ଶାରଳାଙ୍କ ମନ୍ଦିରରେ ଆର୍ଥିକ ଗୁରୁତର ଆର୍ଥିକ ସଙ୍କଟ ଦେଖା ଦେଇଛି । ଯାହାକୁ ନେଇ ନୀତିକାନ୍ତି ବନ୍ଦ ହେବାକୁ ବସିଲାଣି। କୋଭିଡ କଟକଣା ଯୋଗୁ ଦୀର୍ଘ ଦେଢ଼ବର୍ଷ ଧରି ମନ୍ଦିର ବନ୍ଦ ରହିଛି । ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନରେ ପ୍ରତିବନ୍ଧକ ସାଜିଛି।ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି ।
ମା ଶାରଳାଙ୍କ ମନ୍ଦିରର ଦୈନିକ ଖର୍ଚ୍ଚ 20 ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ଏହି ଅର୍ଥ ମନ୍ଦିର ବେଢା ପରିସରରେ ଥିବା ଭୋଗ ଦୋକାନ, ଫୁଲ, ଦୀପ , ମୁଣ୍ଡନ ଓ ପାର୍କିଙ୍ଗ ଆଦି ସ୍ଥାନରୁ ନିଲାମୀ ଆକାର ରେ ବାର୍ଷିକ ଏକ କୋଟିରୁ ଅଧିକ ଅର୍ଥ ଆସିଥାଏ । ସେହିଭଳି ମା ଙ୍କର ଓଡ଼ିଶାର ବିଭିନ୍ନ ସ୍ଥାନରେ 7 ସହ 50 ଏକର ଭୂ ସମ୍ପତି ରହିଛି । ଯେଉଁଥିରୁ ମାତ୍ର 10 ପ୍ରତିଶତ ଆୟ ମନ୍ଦିରକୁ ଆସିଥାଏ । ସେହିଭଳି ମନ୍ଦିର ହୁଣ୍ଡିରୁ ବାର୍ଷିକ ଯେଉଁ ଆୟ ଆସେ ତା ମଧ୍ୟରୁ 25 ପ୍ରତିଶତ ସେବାୟତ ନିଯୋଗ ନେଉଥିବା ବେଳେ ଅନ୍ୟ ଅର୍ଥ ମନ୍ଦିର ପ୍ରଶାସନ ନିକଟକୁ ଯାଇଥାଏ ।