ଓଡିଶା

odisha

ETV Bharat / state

ମହାପୁରୁଷ ଯଶବନ୍ତ ଦାସଙ୍କ ତିରୋଧାନ ଦିବସ ପାଳିତ - panchasakha era

ପଞ୍ଚସଖା ଯୁଗର ଅନ୍ୟତମ ମହାପୁରୁଷ ଶ୍ରୀ ଯଶବନ୍ତ ଦାସଙ୍କ ଓଢଣ ଷଷ୍ଠୀ ଅବସରରେ ମହା ତିରୋଧାନ ଦିବସ ପାଳିତ । କୋରୋନା କଟକଣା ମଧ୍ୟରେ ହେଲା ପାଳନ । ପଢନ୍ତୁ ଅଧିକ......

ମହାପୁରୁଷ ଯସବନ୍ତ ଦାସଙ୍କ ତିରୋଧାନ ଦିବସ ପାଳିତ
ମହାପୁରୁଷ ଯସବନ୍ତ ଦାସଙ୍କ ତିରୋଧାନ ଦିବସ ପାଳିତ

By

Published : Dec 20, 2020, 10:58 PM IST

ଜଗତସିଂହପୁର: ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ପଞ୍ଚସଖା ଯୁଗର ଅନ୍ୟତମ ମହାପୁରୁଷ ଶ୍ରୀ ଯଶବନ୍ତ ଦାସଙ୍କ ଓଢଣ ଷଷ୍ଠୀ ଅବସରରେ ମହା ତିରୋଧାନ ଦିବସ ପାଳିତ ହୋଇ ଯାଇଛି। ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗଗଡ ସ୍ଥିତ ମହାପୁରୁଷଙ୍କ ପୀଠରେ କୋଭିଡ ନିଅମ ଅନୁଯାୟୀ ପାରମ୍ପରିକ ପୂଜା ବିଧି ଅନୁଷ୍ଠିତ ହୋଉଛି।

ମହାପୁରୁଷ ଯସବନ୍ତ ଦାସଙ୍କ ତିରୋଧାନ ଦିବସ ପାଳିତ

ପରମ୍ପରା ଅନୁଯାୟୀ ଏହି ପୀଠକୁ ଶ୍ରୀକ୍ଷେତ୍ରରୁ ମାଳ ଆସିବା ପରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଆଜିର ଏହି ଦିନରେ ଏଠାରେ ହଜାର ହଜାର ଭକ୍ତ ସମାଗମ ହୋଇଥାନ୍ତି। କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ ସମୂହ ପର୍ବପାଳନକୁ ଅନୁମତି ମିଳିନି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠ ଚତ୍ରୁରପାର୍ଶ୍ବରେ 144 ଧାରା ଜାରି କରାଯାଇଛି। ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ଯେପରି କେହି ପ୍ରବେଶ କରି ନ ପାରିବେ ସେଥି ନେଇ ପୋଲିସ ପକ୍ଷରୁ ବ୍ୟାପକ ବେବସ୍ଥା କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details