ଓଡିଶା

odisha

ETV Bharat / state

ଆସୁଛି ୟସ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଛାଡିବାକୁ ନିର୍ଦ୍ଦେଶ - ବଙ୍ଗୋପସାଗର

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ମତ୍ସ୍ୟଜୀବୀ ମାନଙ୍କୁ କୋଷ୍ଟ ଗାର୍ଡ ପକ୍ଷରୁ ସଚେତନ କରିବା ସହ ସ୍ଥଳ ଭାଗକୁ ଫେରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

କୋଷ୍ଟ ଗାର୍ଡ ପକ୍ଷରୁ ସାଇରନ ବଜାଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଛାଡିବାକୁ ନିର୍ଦ୍ଦେଶ
କୋଷ୍ଟ ଗାର୍ଡ ପକ୍ଷରୁ ସାଇରନ ବଜାଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଛାଡିବାକୁ ନିର୍ଦ୍ଦେଶ

By

Published : May 22, 2021, 8:07 AM IST

ଜଗତସିଂହପୁର: ପାରାଦ୍ୱୀପ କୋଷ୍ଟ ଗାର୍ଡ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ସ୍ଥଳ ଭାଗକୁ ଫେରିଯିବାକୁ କୁହାଯାଇଛି । ପୂର୍ବ ଉପକୂଳ କୋଷ୍ଟ ଗାର୍ଡ ପକ୍ଷରୁ ଶୁକ୍ରବାର ଗୋଟିଏ ହେଲିକପ୍ଟର ଓ ଦୁଇଟି ସ୍ପିଡ଼ ବୋଟ ସାହାର୍ଯ୍ୟରେ ସମୁଦ୍ର କୂଳ ଠାରୁ 100 କିଲୋମିଟର ସମୁଦ୍ର ଗର୍ଭକୁ ଯାଇ ସେଠାରେ ମାଛ ମାରୁଥିବା ଧୀବର ମାନଙ୍କୁ ସ୍ଥଳ ଭାଗକୁ ଫେରିଯିବାକୁ ନିର୍ଦ୍ଦେଶ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ 23 ରେ ଡିପ୍ରେସନ ଓ 24 ରେ ବାତ୍ୟାର ରୂପ ନେବ, ଏହାର ପ୍ରଭାବରେ 25 ତାରିଖ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କୋଷ୍ଟ ଗାର୍ଡ ପକ୍ଷରୁ ସାଇରନ ବଜାଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଛାଡିବାକୁ ନିର୍ଦ୍ଦେଶ

ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆସୁଥିବା ଜାହାଜ ଗୁଡିକ ଆଦ୍ରତା ଥିବା ସ୍ଥାନକୁ ଛାଡି ନିରାପଦ ସ୍ଥାନକୁ ଚାଲିଯିବାକୁ ବନ୍ଦର କଣ୍ଟ୍ରୋଲ ରୁମ୍ ପକ୍ଷରୁ କୁହାଯାଇଛି । ସାଇରନ ବଜାଇ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀ ମାନଙ୍କୁ ଫେରାଇ ଦିଆଯାଇଛି । ଯେଉଁମାନେ ଯାଇଛନ୍ତି ସେମାନଙ୍କ ନିକଟରେ ଖବର ପହଞ୍ଚେଇବାକୁ ବ୍ୟବସ୍ଥା କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details