ଓଡିଶା

odisha

ETV Bharat / state

ଓଡିସୋ ଓ ପଳାଷୋଳ ପଞ୍ଚାୟତକୁ 26 ତାରିଖ ପର୍ଯ୍ୟନ୍ତ ସଡଡାଉନ କଲା ପ୍ରଶାସନ - ଜଗତସିଂହପୁର ଖବର

ଜଗତସିଂହପୁର ବ୍ଲକର ଓଡିସୋ ଓ ପଳାଷୋଳ ପଞ୍ଚାୟତକୁ26 ତାରିଖ ପର୍ଯ୍ୟନ୍ତ ସଡଡାଉନ କଲା ପ୍ରଶାସନ । ଜଣେ ଆଶାକର୍ମୀ କୋରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

ଓଡିସୋ ଓ ପଳାଷୋଳ ପଞ୍ଚାୟତକୁ 26 ତାରିଖ ପର୍ଯ୍ୟନ୍ତ ସଡଡାଉନ କଲା ପ୍ରଶାସନ
ଓଡିସୋ ଓ ପଳାଷୋଳ ପଞ୍ଚାୟତକୁ 26 ତାରିଖ ପର୍ଯ୍ୟନ୍ତ ସଡଡାଉନ କଲା ପ୍ରଶାସନ

By

Published : Jul 25, 2020, 4:03 AM IST

ଜଗତସିଂହପୁର: ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ପଳାଷୋଳ ଓ ଓଡିସୋ ପଞ୍ଚାୟତକୁ ଶୁକ୍ରବାର ଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ବ୍ଲକ ପ୍ରଶାସନ । ପଳାଷୋଳ ପଞ୍ଚାୟତର ଜଣେ ଆଶାକର୍ମୀ କୋରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଓଡିସୋ ଓ ପଳାଷୋଳ ପଞ୍ଚାୟତକୁ 26 ତାରିଖ ପର୍ଯ୍ୟନ୍ତ ସଡଡାଉନ କଲା ପ୍ରଶାସନ

ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଆଶାକର୍ମୀଙ୍କ ସ୍ବାମୀ ଭୁବନେଶ୍ବରରୁ ସଂକ୍ରମିତ ହୋଇ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ଓ ସେମାନଙ୍କ ପିଲା କୋରୋନାରେ ସଂକ୍ରମିତ ହୋଇଥିଲେ । ସଂକ୍ରମିତ ଆଶା କର୍ମୀ ମଧ୍ୟ ଘର ଘର ବୁଲି ସର୍ଭେ କାମ ମଧ୍ୟ କରିଥିଲେ । ତେବେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ମେଡ଼ିକାଲ କତ୍ତୃପକ୍ଷଙ୍କୁ ଜଣାଇ ଥିଲେ । ଏହା ପରେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ଆଶା କର୍ମୀ ଓ ତାଙ୍କ ପରିବାର ଙ୍କ ସ୍ବାବ ନମୁନା ପଜିଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେପଟେ ଆଶା କର୍ମୀ ଜଣଙ୍କ ସର୍ଭେ କରିବା ସମୟରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଏହାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଦେହରେ ଥଣ୍ଡା ଜର ଓ ଅଧିକ ଟ୍ରେମ୍ପ୍ରେଚର ଥାଇ ଆଶା କର୍ମୀ ଜଣକ, କିପରି ଲୋକଙ୍କ ସଂସ୍ପର୍ଶରେ ଆସିଲେ ଓ ସର୍ଭେ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details