ଜଗତସିଂହପୁର: ପାରାଦୀପ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ନିକଟରେ ଶ୍ରମିକର ମୃତଦେହ ରଖି ଧାରଣାରେ ବସିଲେ ପରିବାର ବର୍ଗ । ଗତ ମଙ୍ଗଳବାର ରାତିରେ ବିପିନ ବିହାରୀ ମଲ୍ଲିକ ଟାଉନସିପରେ କାର୍ଯ୍ୟ କରୁଥିବା ସମୟରେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିପଡିଥିଲା । ତେବେ ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ କୁଜଙ୍ଗ ଓ ପରେ କଟକ ମେଡ଼ିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା।
ଶ୍ରମିକଙ୍କ ମୃତ୍ୟୁକୁ ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଉତ୍ତେଜନା - paradip oil refinery tension
ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ନିକଟରେ ଶ୍ରମିକର ମୃତଦେହ ରଖି ଧାରଣାରେ ବସିଲେ ପରିବାର ବର୍ଗ । ଅଧିକ ପଢନ୍ତୁ...
ଶ୍ରମିକଙ୍କ ମୃତ୍ୟୁକୁ ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଉତ୍ତେଜନା
ତେବେ କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳୁ କମ୍ପାନୀ ଟାଉନସିପର ଶତାଧିକ ଶ୍ରମିକଙ୍କ ସମେତ ପରିବାର ଲୋକେ ମୃତଦେହ ଧରି କମ୍ପାନୀ ଫାଟକ ନିକଟରେ କ୍ଷତିପୂରଣ ଦାବି ନେଇ ଧାରଣା ବସିରହିଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଭୟଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ମୃତୟନ ଅଛନ୍ତି। ତେବେ ମୃତ ଶ୍ରମିକ ବିପିନ ମଲ୍ଲିକ ପାରାଦୀପ ଗଡ ଲକଥାନା ବଗଦିଆ ଅଞ୍ଚଳର ବୋଲି ଜଣାପଡିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ