ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ପୂଜକଙ୍କ ମୃତ୍ୟୁ ପରେ ଜଗତସିଂହପୁର-ନାଉଗାଁ ରାସ୍ତା ଅବରୋଧ - ଜଗତସିଂହପୁର ସଡ଼କ ଦୁର୍ଘଟଣା

ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରରେ ଆଜି ଦୁର୍ଘଟଣା ଘଟି ଜଣେ ପୂଜକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ଜଗତସିଂହପୁର-ନାଉଗାଁ ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ନାଉଗାଁ ବଜାରରେ ସଡ଼କ ଦୁର୍ଘଟଣାରେ ମନ୍ଦିର ପୂଜକଙ୍କ ମୃତ୍ୟୁ
ନାଉଗାଁ ବଜାରରେ ସଡ଼କ ଦୁର୍ଘଟଣାରେ ମନ୍ଦିର ପୂଜକଙ୍କ ମୃତ୍ୟୁ

By

Published : Mar 3, 2021, 10:36 PM IST

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରରେ ଆଜି ଦୁର୍ଘଟଣା ଘଟି ଜଣେ ପୂଜକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ଜଗତସିଂହପୁର-ନାଉଗାଁ ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି ।

ନାଉଗାଁ ବଜାରରେ ସଡ଼କ ଦୁର୍ଘଟଣାରେ ମନ୍ଦିର ପୂଜକଙ୍କ ମୃତ୍ୟୁ

ସୂଚନା ଅନୁସାରେ ନାଉଗାଁ ଅଞ୍ଚଳର ଦିବାକର ପାଢ଼ୀ ନାମକ ଜଣେ ପୂଜକ ପୂଜା କରିବା ପାଇଁ ନାଉଗାଁରେ ଥିବା ମନ୍ଦିରକୁ ଯାଇଥିବା ବେଳେ ହଠାତ ଏକ ଛଣ ବୋଝେଇ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଉତ୍ୟକ୍ତ ଲୋକେ କ୍ଷତିପୁରଣ ଦାବିରେ ଗାଡିଟିକୁ ଅଟକ ରଖିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details