ଓଡିଶା

odisha

ETV Bharat / state

ଜଗତସିଂହପୁର ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ - ଜଗତସିଂହପୁରରେ ଟେଲି ମେଡିସିନ

କୋରୋନା ଜନିତ ଲକଡାଉନରେ ଜିଲ୍ଲାରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । ଗୁରୁବାର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଏହି ସେବା ପ୍ରତ୍ୟେକ ଦିନ ସକାଳ 8ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ରହିଛି ।

jagatsinghpur latest news, health service in jagatsinghpur, teli medicine in jagatsinghpur, teli medicine, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ ସ୍ବାସ୍ଥ୍ୟ ସେବା, ଜଗତସିଂହପୁରରେ ଟେଲି ମେଡିସିନ, ଟେଲି ମେଡିସିନ
ଜଗତସିଂହପୁର ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ

By

Published : Apr 23, 2020, 6:50 PM IST

ଜଗତସିଂହପୁର: କୋରୋନା ଜନିତ ଲକଡାଉନରେ ଜିଲ୍ଲାରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । ଗୁରୁବାର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଏହି ସେବା ପ୍ରତ୍ୟେକ ଦିନ ସକାଳ 8 ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଲୋକେ ସିଧାସଳଖ ବିଶେଷଜ୍ଞ ଡାକ୍ତରଙ୍କ ସହ କଥା ହୋଇ ପରାମର୍ଶ ଗ୍ରହଣ କରିପାରିବେ ।

ଜଗତସିଂହପୁର ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ

ଏନେଇ ଗୁରୁବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି। ବିଭାଗ ପକ୍ଷରୁ ହ୍ଵାଟ୍ସଆପ ମାଧ୍ୟମରେ ସିଧା ସଳଖ ଭଏସ କଲ ଓ ଭିଡିଓ କଲ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ 8 ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ସେମାନେ ହେଲେ ସାଧାରଣ ଔଷଧ ପାଇଁ ଡ଼ଃ ଧିରେନ୍ଦ୍ର ସେନାପତି (9437935166), ଓପଥାଲ୍ମୋଲୋଜି ପାଇଁ ଡ଼ଃ ଅଶୋକ ମିଶ୍ର (9437334460), ଅବଷ୍ଟେଟ୍ରିକ୍ସ ଓ ଗାଇନାକୋଲୋଜି ପାଇଁ ଡ଼ଃ ରୁକ୍ମିଣୀ ଦେବୀ (9437228028), ପେଡିଆଟ୍ରିକ୍ସ ପାଇଁ ଚିନ୍ମୟକାନ୍ତ ଗୌଡ଼ (9437160652), ଡର୍ମାଟୋଲୋଜି ପାଇଁ ରଞ୍ଜନକାନ୍ତ ପଟ୍ଟନାୟକ (7008565944), ଇଏନଟି ବିଶେଷଜ୍ଞ ସିମନ୍ତିନୀ ରାଉତ (9938913055), ଅର୍ଥୋପେଡିକ ପାଇଁ ସତ୍ୟବ୍ରତ ଭୂୟାଁ (9437145679), ଓ ଡେଣ୍ଟାଲ ପାଇଁ ନୀଳାଦ୍ରି ପଣ୍ଡା (7978138460)ଙ୍କୁ ନିୟୋଜିତ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details