ଓଡିଶା

odisha

ETV Bharat / state

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଥାନାରେ ମାମଲା ରୁଜୁ

ପୁଣି ଗୁରୁଙ୍କ ନାଁରେ କଳଙ୍କର ଦାଗ । ଭଗବାନଙ୍କ ଦ୍ବିତୀୟ ଅବତାର ସାଜିଛନ୍ତି ରାକ୍ଷସ । ତେବେ ବିଭିନ୍ନ ସମୟରେ ଏମାନଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସୁଛି । ସେହିପରି ରତ୍ନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଛାତ୍ରୀକୁ ଅସଦାଚାରଣ କରି ବିଦ୍ୟାଳୟ ଗୃହରେ ବନ୍ଦ ରହିବା ସହ ପୋଲିସ ତାଙ୍କୁ ଅଟକ ରଖିଛି।

By

Published : Jun 29, 2019, 5:37 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ଗୁରୁ ନାଁରେ କଳଙ୍କ । ଶିକ୍ଷା ଦେଇ ପିଲାଙ୍କୁ ଭଲ ମଣିଷ କରିବା ବଦଳରେ ଶିକ୍ଷକଙ୍କ ଅଶିକ୍ଷିତ କାଣ୍ଡକାରନାମା । ତେବେ ଏପରି ଏକ ଅଭବାନୀୟ ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ । ଶିକ୍ଷକ ଜଣକ ନିଜ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି।

ଖବର ଅନୁଯାୟୀ, ବାଣେଶ୍ବରା ଗ୍ରାମରେ ଥିବା ରତ୍ନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଦୀପକ ମହାପାତ୍ର । ସେ ସ୍କୁଲର ଜଣେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର ଏକ ରୁମକୁ ଡାକି ତାସହ ଅସଦାଚରଣ କରିଛନ୍ତି । ଏହାସହ ପାଖରେ ଥିବା ଅଙ୍ଗନବାଡ଼ି ଘରକୁ ଯିବା ପାଇଁ ବାଧ୍ୟ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ତେବେ ପୂର୍ବରୁ ଶିକ୍ଷକ ଜଣକ ଛାତ୍ରୀଙ୍କ ସହ ଅନେକ ଥର ଏଭଳି ଅସଦାଚରଣ କରିବା ସହ କାହାକୁ ଏ ବିଷୟରେ ନକହିବା ପାଇଁ ଧମକ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ଛାତ୍ରୀ ଜଣକ ଆଜି ସମସ୍ତ ଘଟଣା ବିଷୟ ଘରେ ପରିବାର ଲୋକଙ୍କୁ ଜଣାଇଛି । ଏହାପରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷକଙ୍କୁ ପ୍ରଥମେ ବିଦ୍ୟାଳୟର ଏକ ଗୄହରେ ବନ୍ଦକରି ଅଟକ ରଖିଯାଇଥିଲା । ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ କୁଜଙ୍ଗ ପୋଲିସ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details