ଓଡିଶା

odisha

ଜଗତସିଂହପୁରରେ ସ୍ବଚ୍ଛ ଭାରତ ଅଭିଯାନ ଫେଲ

By

Published : Jul 31, 2019, 11:52 PM IST

Updated : Jul 31, 2019, 11:58 PM IST

ଜଗତସିଂହପୁର 10 ନମ୍ବର ୱାର୍ଡରେ ଚାଟରା ବସ୍ତି ଅଳିଆ ଆବର୍ଜନାରେ ଭର୍ତ୍ତି । ଏଥିପାଇଁ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ । ETVBharat ଠାରୁ ସୂଚନା ପାଇଲା ପରେ ଆସନ୍ତାକାଲି ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସହରର 10 ନମ୍ବର ୱାର୍ଡରେ ସ୍ୱଚ୍ଛଭାରତ ଅଭିଯାନ ଫେଲ । ଅସ୍ବାସ୍ଥ୍ୟକର ପରିବେଶରେ ବିତୁଛି ଜୀବନ । ମଶା ମାଛିଙ୍କ ରାଜୁତି ଚାଲୁଛି ଏଠି । ଗନ୍ଧମୟ ପରିବେଶରେ ବଞ୍ଚିବା ଦୁର୍ବିସହ ହୋଇପଡୁଛି । ଆମେ କହୁଛୁ ଜଗତସିଂହପୁର ମ୍ୟୁନସିପାଲଟି ଅଧିନ 10 ନ ୱାର୍ଡର ଚାଟରା ବସ୍ତିର ସମସ୍ୟା କଥା । ଏହି ୱାର୍ଡରେ ପ୍ରାୟ 50ଟି ପରିବାର ବସବାସ କରନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ବସ୍ତିରେ ପ୍ରମୁଖ ସମସ୍ୟା ହେଲା ବର୍ଯ୍ୟବସ୍ତୁ ପରିଚାଳନା । ଦୀର୍ଘଦିନ ହେବ ପୌରାସଂସ୍ଥା ପକ୍ଷରୁ ଅଳିଆ ଆବର୍ଜନା ଉଠାଯାଉ ନାହିଁ । ସ୍ଥାନୀୟ ଲୋକେ ପୌରପରିଷଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଆମେ ଏ ସମ୍ପର୍କରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସମ୍ପର୍କରେ ଆମ ପାଖରେ କିଛି ସୂଚନା ନାହିଁ । ତେବେ ETVBharat ଠାରୁ ସୂଚନା ପାଇଲା ପରେ ଗୁରୁବାର ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ରବି ନାରାୟଣ ସାହୁ, ଇଟିଭି ଭାରତ


Last Updated : Jul 31, 2019, 11:58 PM IST

ABOUT THE AUTHOR

...view details