ଜଗତସିଂହପୁର: ଜିଲ୍ଲାରେ ସ୍ବଚ୍ଛ ଭାରତ ଅଭିଯାନ ପ୍ରହସନରେ ପରିଣତ ହୋଇଛି। ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦିନ ଧରି ଆବର୍ଜନା ପଡି ରହୁଛି। ପୌର ପରିଷଦ ପକ୍ଷରୁ ସଫେଇ କାର୍ଯ୍ୟ ହାତକୁ ନିଆଯାଇ ଥିବା ବେଳେ, ତାହା କିନ୍ତୁ ସଠିକ ଭାବ କରାଯାଉନାହିଁ। ଖୋଦ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଯଦି ଆବର୍ଜନା ଉଠୁନାହିଁ ତେବେ ସହର ର ଅନ୍ୟ ସ୍ଥାନରେ କିପରି ସଫେଇ କାର୍ଯ୍ୟ କରାଯାଉ ଥିବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠୁନି ଆବର୍ଜନା - swachh bharat mission
ଜଗତସିଂହପୁରରେ ଫେଲ ମାରିଛି ସ୍ବଚ୍ଛ ଭାରତ ଅଭିଯାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠୁନି ଆବର୍ଜନା । ଅଧିକ ପଢନ୍ତୁ....
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠୁନି ଆବର୍ଜନା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠୁନି ଆବର୍ଜନା
କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ଅଭିଯାନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଜଗତସିଂହପୁର ସହରରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଜଗତସିଂହପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମଲ କୁମାର ଲେଙ୍କାଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ କ୍ୟାମେରା ସମ୍ମୁଖରେ କୈଣସି ପ୍ରତିକ୍ରିୟା ଦେଇ ନଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ