ଜଗତସିଂହପୁର : ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ବଂୟ ଶାସିତ ମହାବିଦ୍ୟାଳୟରେ ଆଜି ଠିକା ଅଧ୍ୟାପକଙ୍କ ସମେତ ତୃତୀୟ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଦରମା ବୃଦ୍ଧି କରିବାକୁ ନେଇ ପ୍ରତିବାଦ କରିଛନ୍ତି । ଏହାସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ କହିବା କଥା ଯେ 2008 ମସିହା ଓ ତା ପୂର୍ବରୁ ଠିକା କର୍ମଚାରୀମାନେ ମାସିକ 3 ହଜାର ଟଙ୍କାରୁ 5 ହଜାର ଟଙ୍କାରେ କାର୍ଯ୍ୟ କରି ଆସୁଥିବାବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ଦୃଷ୍ଟି ଦେଉ ନାହାନ୍ତି ।
SVM College କର୍ମଚାରୀଙ୍କ ଧର୍ମଘଟ: ଦରମା ବୃଦ୍ଧି ଦାବିରେ ପ୍ରତିବାଦ - Jagatsinghpur news
ସ୍ୱାମୀ ବିବେକାନନ୍ଦ ସ୍ବଂୟ ଶାସିତ ମହାବିଦ୍ୟାଳୟରେ ଠିକା ଅଧ୍ୟାପକ, ତୃତୀୟ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ପ୍ରତିବାଦ । ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ । ଅଧିକ ପଢନ୍ତୁ
SVM College କର୍ମଚାରୀଙ୍କ ଧର୍ମଘଟ: ଦରମା ବୃଦ୍ଧି ଦାବିରେ ପ୍ରତିବାଦ
ଦରଦାମ ବୃଦ୍ଧି ପାଉଥିବାବେଳେ ତିନି ହଜାର ଟଙ୍କା ଦରମାରେ କାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ । ଏହାକୁ ନେଇ 2008 ମସିହାରେ କାଗଜ ପତ୍ର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ପାଖକୁ ଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ। ଯାହାକୁ ନେଇ ଏହି କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯେ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ଦିଅ ନ ମିଳିଛି । ସେ ପର୍ଯ୍ୟନ୍ତ ଆନ୍ଦୋଳନ ତ୍ରୀବତର କରାଯିବ ବୋଲି ଏହାର ସମ୍ପାଦକ ଗଗନ ଦାସ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : Nov 22, 2021, 10:10 PM IST