ଜଗତସିଂହପୁର: ପାରାଦ୍ବୀପ ଠାରେ ଥିବା ଆଇଓସିଏଲ ଗେଟ ନିକଟରେ ସନ୍ଦିଗ୍ଧ ଆଟାଜକୁ ନେଇ ଚଞ୍ଚଲ୍ୟ ଖେଳିଯାଇଛି । ଆଟାଚିରେ ବୋମା ଥିବାର ଗୁଜବ ପ୍ରସାରିତ ହେବା ପରେ ସହରରେ ଆତଙ୍କ ଖେଳିଯାଇଥିଲା । ଦୀର୍ଘ 5 ଘଣ୍ଟା ସମୟ ଧରି କମ୍ପାନୀ ମଧ୍ୟକୁ ଯିବା, ଆସିବା ବନ୍ଦ କରିଦିଆ ଯାଇଥିଲା । ସିଆଇଏସଏଫ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ଆଟାଜର ଯାଞ୍ଚ କରିବା ପରେ ଜଣେ ଯୁବକ ଆସି ଆଟାଜଟି ତାଙ୍କର ବୋଲି ଦାବି କରିଥିଲେ । ପୋଲିସ ଆଟାଜ ଜବତ କରି ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।
ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟ ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ସନ୍ଦିଗ୍ଧ ଗୁଇନ୍ଦା ପାରା, ଟିକିନିଖି ପରଖିବେ ବିଶେଷଜ୍ଞ ଦଳ
ସୂଚନା ଅନୁଯାୟୀ, ଆଇଓସିଏଲର ମୁଖ୍ୟ ଫାଟକ ନିକଟରେ ଏକ ସନ୍ଦିଗ୍ଧ ଆଟାଚ ପଡ଼ିଥିବା ଲୋକମାନେ ଦେଖି ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଇଓସିଏଲ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଜଣାଇବା ପରେ ପ୍ଳାଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରି ଦିଆଯାଇଥିଲା । ଆଟାଜରେ ବୋମା ଥିବା ନେଇ ସନ୍ଦେହ କରାଯାଉଥିଲା । ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଘଟଣାସ୍ଥଳରେ ଆଇଓସିଏଲର ଅଗ୍ନିଶମ ବିଭାଗ ପହଞ୍ଚି ଆଟାଜ ଉପରକୁ ପାଣି ସ୍ପ୍ରେ କରିଥିଲେ ।