ଜଗତସିଂହପୁର: ଜଗତସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ଅଘଟଣ । ଏକ ନିମ୍ବଗଛରେ ସ୍ଥାନୀୟ କଣ୍ଟାପଡା ଗ୍ରାମର ନଟବର ପଣ୍ଡାଙ୍କ ପୁଅ ଶୃତିରଞ୍ଜନ ପାଣ୍ଡଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଜଗତସିଂହପୁର ପୋଲିସ। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୋଲିସ ଉପରକୁ ଦୋଷ ଲଦିଛନ୍ତି ପରିବାର ଲୋକେ।
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର ଲୋକେ - Suspicious death of young man
ଜଗତସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ଅଘଟଣ । ଏକ ନିମ୍ବଗଛରେ ସ୍ଥାନୀୟ କଣ୍ଟାପଡା ଗ୍ରାମର ନଟବର ପଣ୍ଡାଙ୍କ ପୁଅ ଶୃତିରଞ୍ଜନ ପାଣ୍ଡଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଅଧିକ ପଢନ୍ତୁ...
କଣ୍ଟାପଡା ଗ୍ରାମର ଶୃତିରଞ୍ଜନ ଓରଫ ଲିପୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ତା’ ନାଁରେ ୫ରୁ ଅଧିକ ମାମଲା ରହିଛି।ଗଣ୍ଡଗୋଳ, ଦାଦାବଟି ଆଦାୟ ଓ ନିଶା କାରବାରରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି। ଗତ ଅଗଷ୍ଟ ୨୦ ତାରିଖରେ ଜଗତସିଂହପୁର-ରଘୁନାଥପୁର ରାସ୍ତାର ପାଳାସୋଳ ନିକଟରେ ଏକ ଡକାୟତି ଘଟଣାରେ ପୋଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ତେବେ ୪ଦିନ ତଳେ ସେ ଜାମିନରେ ଆସିଥିଲା। ପୁନଶ୍ଚ ୨ ଦିନ ତଳେ ତାକୁ ସାଦାପୋଷାକରେ କିଛି ପୋଲିସ ଘରୁ ଡାକିନେଇ ଅନ୍ୟ ଏକ ମାମଲାରେ କୋର୍ଟ ଚାଲାଣ କରିଥିଲେ। ସେଥିରେ ସଧ୍ୟ ତାକୁ ଜାମିନ ମିଳି ଯାଇଥିଲା।
ତେବେ ଆଜି(ଶୁକ୍ରବାର) ତା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାକୁ ମାଡ଼ ମାରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ତେବେ ପରିବାର ଅଭିଯୋଗକୁ ପୋଲିସ ଅସୀକ୍ଵର କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ