ଓଡିଶା

odisha

ETV Bharat / state

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଦୁଇ ଝିଅ - ପୁଅ ବୋହୂ ମିଶି ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ

କୋଠିଆ ସାହି ଗ୍ରାମରେ ଅଭାବନୀୟ ଘଟଣା । ଅବସରପ୍ରାପ୍ତ ପୋଲିସ କର୍ମଚାରୀ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ପୁଅ ବୋହୂ ମିଶି ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅ । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଦୁଇ ଝିଅ
ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଦୁଇ ଝିଅ

By

Published : Sep 5, 2022, 10:34 AM IST

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆ ସାହି ଗ୍ରାମରେ ଅଭାବନୀୟ ଘଟଣା । ଠାକୁର ପୂଜା କରୁଥିବା ସମୟରେ ଟଳିପଡିଲେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି କୃଷ୍ଣ ଚନ୍ଦ୍ର ମହାନ୍ତି । ତେବେ ତାଙ୍କୁ ତାଙ୍କ ପୁଅ ବୋହୂ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦୁଇ ଝିଅ ଅଶ୍ମିରେଖା ମହାନ୍ତି ଓ ବିଜୟ ଲଷ୍ମୀ ମହାନ୍ତି ।

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଦୁଇ ଝିଅ

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ କୋଠିଆ ସାହିର ଅବସରପ୍ରାପ୍ତ ପୋଲିସ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି ରବିବାର ଦିନ 11ଟା ସମୟରେ ଠାକୁର ପୂଜା କରୁଥିଲେ । ଏହି ସମୟରେ ସେ ଅସୁସ୍ଥ ହୋଇ ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପିତାଙ୍କ ମୃତ୍ୟୁ ଖବର ପାଇ ଦୁଇ ଝିଅ ରଶ୍ମିରେଖା ମହାନ୍ତି ଓ ବିଜୟ ଲଷ୍ମୀ ମହାନ୍ତି ତାଙ୍କ ପୁଅ ବୋହୂ ମିଶି ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ମୃତକଙ୍କ ଶରୀରରେ ଏକ ପୋଡା ଚିହ୍ନ ଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତୋଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା

ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ଦୁଇ ଝିଅ । ସେ ଅଭିଯୋଗ କରିଛନ୍ତି ଯେ, ''ତାଙ୍କ ବାପା ସମ୍ପୁର୍ଣ୍ଣ ସୁସ୍ଥ ଥିଲେ। ବିଭିନ୍ନ ସମୟରେ ତାଙ୍କ ପୁଅ ଓ ବୋହୂ ନିର୍ଯାତନା ଦେବା ସହିତ ମାଡ଼ ମଧ୍ୟ ମାରୁଥିଲେ କୃଷ୍ଣଚନ୍ଦ୍ରଙ୍କୁ । ସମ୍ପତ୍ତିକୁ ନେଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ''। ପୋଲିସ ଅଭିଯୋଗକୁ ଭିତ୍ତି କରି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ତେବେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ABOUT THE AUTHOR

...view details