ଓଡିଶା

odisha

ETV Bharat / state

ପୁରୀରେ ଗଡିବ କାଳିଆର ରଥ, ଜଗତସିଂହପୁରରେ ଆତ୍ମବିଭୋର ଭକ୍ତ - ଜଗତସିହଂପୁର ଲାଟେଷ୍ଟ ନ୍ୟୁଜ୍‌

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଖେଳିଛି ଆନନ୍ଦର ଲହରୀ ।

rathajatra in puri, rathajatra 2020, supremecourt's decision on rathajatra, jagatsinghpur latest news, jagatsinghpur reacted on sc's decision, ପୁରୀରେ ରଥଯାତ୍ରା, ରଥଯାତ୍ରା 2020, ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ରାୟ, ଜଗତସିହଂପୁର ଲାଟେଷ୍ଟ ନ୍ୟୁଜ୍‌, ସୁପ୍ରିମକୋର୍ଟ ରାୟ ନେଇ ଜଗତସିଂହପୁରରେ ପ୍ରତିକ୍ରିୟା
ପୁରୀ ଗଡିବ କାଳିଆର ରଥ, ଜଗତସିଂହପୁରରେ ଆତ୍ମବିଭୋର ଭକ୍ତ

By

Published : Jun 22, 2020, 10:53 PM IST

ଜଗତସିଂହପୁର: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଖେଳିଛି ଆନନ୍ଦର ଲହରୀ । ଜିଲ୍ଲାରେ ମହାପ୍ରଭୁଙ୍କ ଘୋଷଯାତ୍ରା ନହେଲା ନାହିଁ କିନ୍ତୁ ଆଦ୍ୟ ପୀଠ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜରୁରୀ ବୋଲି ଅନେକ ସାଧୁ ସନ୍ଥ ମତ ଦେଇଛନ୍ତି ।

ପୁରୀ ଗଡିବ କାଳିଆର ରଥ, ଜଗତସିଂହପୁରରେ ଆତ୍ମବିଭୋର ଭକ୍ତ

ଏହାକୁ ନେଇ ସୋମବାର ଦିନ ତମାମ ଭକ୍ତ ମାନେ ଉପବାସ କରି ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିଥିଲେ । କୋରୋନା ମହାମାରୀ ସମୟରେ ବି ମହାପ୍ରଭୂଙ୍କ ଘୋଷଯାତ୍ରାରେ ବିରାମ ଲାଗିବା କଥା ନୁହେଁ ବୋଲି ଭକ୍ତମାନେ ପ୍ରକାଶ କରିଥିବା ବେଳେ ସୁପ୍ରିମକୋର୍ଟରେ ଏହାର ଅନୁମତି ମିଳିବା ପାଇଁ ଭକ୍ତମାନେ ଉପବାସ ରଖିଥିବା ଦେଖିବାକୁ ମିଳିଥିଲା ।

ସେପଟେ ସୋମବାର ଅପରାହ୍ନରେ ସୁପ୍ରିମକୋର୍ଟରେ ଘୋଷଯାତ୍ରା ହେବା ନେଇ ରାୟ ଆସିବା ପରେ ଜଗତସିଂହପୁର ବାସିନ୍ଦା ଆତ୍ମ ବିଭୋର ହୋଇ ପଡିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details