ଜଗତସିଂହପୁର: ଜିଲ୍ଲାରେ ଆଜି(ମଙ୍ଗଳବାର) ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । ସକାଳ ଦଶଟା ପରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହୋଇଥିଲା । ଏପରିକି ରାସ୍ତାରେ ଯିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା ।
ଜଗତସିଂହପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ - jagatsinghpur summer flow
ଜଗତସିଂହପୁରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଜନଜୀବନ ଅସ୍ତବ୍ଯସ୍ତ । ଅଧିକ ପଢନ୍ତୁ...
ପୂର୍ବାହ୍ନ ୧୧ଟା ବେଳକୁ ରାସ୍ତା ଘାଟ ଜନଶୂନ୍ୟ ପରିଲକ୍ଷିତ ହେବା ସହ ଅଘୋଷିତ କର୍ଫ୍ୟୁ ଭଳି ଅନୁଭୂତ ହେଉଥିଲା । ଚଳିତ ମାସର ସବୁଠାରୁ ଅଧିକ ତାତି ଆଜି ଦେଖିବାକୁ ମିଳିଛି । ରାଜ୍ୟର ଉପକୂଳ ଜିଲ୍ଲା ଭାବେ ପରିଚିତ ଜଗତସିଂହପୁରରେ ଏତେଟା ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳେନାହିଁ । କିନ୍ତୁ ଚଳିତ ବର୍ଷ ରାସ୍ତା ନିର୍ମାଣ ପାଇଁ ଗଛକଟା ସାଙ୍ଗକୁ କଂକ୍ରିଟ ଜଙ୍ଗଲ ଓ ଦ୍ରୁତ ଶିଳ୍ପାୟନ, ତାପମାତ୍ରା ବଢିବାର ପ୍ରମୁଖ କାରଣ ପଲଟିଛି ।
ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଜଳ ଉତ୍ସ ଏବେ ଶୁଷ୍କ ହୋଇଗଲାଣି । ଏପରି ଲାଗି ରହିଲେ ଆଗାମୀ ଦିନରେ ଗ୍ରୀଷ୍ମପ୍ରବାହ ଜିଲ୍ଲାରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ