ଜଗତସିଂହପୁର:ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ପୋଲିସର ଲାଠିମାଡ଼ ଓ ଗିରଫଦାରୀକୁ ବିରୋଧ କରାଯାଇଛି । ଏନେଇ ଆଜି(ସୋମବାର) ଏସୟୁସିଆଇ(SUCI) ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି । ଏସୟୁସିଆଇର ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ରାମ ଅଭିଯୋଗ କରିଛନ୍ତି ଯେ ଜମି ଅଧିଗ୍ରହଣ ନାଁରେ ପୋଲିସ ସ୍ଥାନୀୟ ଲୋକଙ୍କ ଉପରେ ଜୁଲମ କରୁଛି ।
ବନ୍ଧୁକ ମୁନରେ ଢ଼ିଙ୍କିଆବାସୀଙ୍କୁ ଧମକାଇ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରି ଏକ ଘରୋଇ କମ୍ପାନୀକୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ରାଜ୍ୟ ସରକାର ଢ଼ିଙ୍କିଆରୁ ପୋଲିସକୁ ହଟାଇବା ସହ ଜମି ଅଧିଗ୍ରହଣରୁ ବିରତ ରହିବାକୁ ସଂଘ ଦାବି କରିଛି। ଆରଡିସିଙ୍କ ଅନୁପସ୍ଥିତରେ କିପରି ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇଛି ।