ଓଡିଶା

odisha

ETV Bharat / state

ଶଙ୍କର୍ଷଣଙ୍କ ଅଙ୍ଗୁର ଚାଷ, ପରିଶ୍ରମ ଓ ନିଷ୍ଠା ଆଗରେ ହାର ମାନିଛି ପାଣିପାଗ - ଶଙ୍କର୍ଷଣଙ୍କ ଅଙ୍ଗୁର ଚାଷ

ନିଜର ପରିଶ୍ରମ ଓ ନିଷ୍ଠା ବଳରେ ପ୍ରତିକୂଳ ପରିବେଶରେ ଅଙ୍ଗୁର ଫଳାଉଛନ୍ତି ସଦର ବ୍ଲକ ପାଟେଣୀ ଗାଁର ଉଚ୍ଚ ଶିକ୍ଷିତ ଚାଷୀ ଶଙ୍କର୍ଷଣ ସ୍ବାଇଁ । କେବଳ ଅଙ୍ଗୁରୁ ନୁହେଁ, ବିଭିନ୍ନ ପ୍ରଜାତିର ପିଜୁଳି, ଲିଚୁ, ଅମୃତଭଣ୍ଡା, କଟକୀ ବରକୋଳି ବି ତାଙ୍କ ଜମିରେ ଫଳାଇପାରୁଛନ୍ତି । ଅଧିକ ଖବର ପଢନ୍ତୁ...

jagatsinghpur
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Nov 28, 2019, 1:47 AM IST

Updated : Nov 28, 2019, 12:56 PM IST

ଜଗତସିଂହପୁର: ନିଷ୍ଠା, ନିରନ୍ତର ଉଦ୍ୟମ ଓ ପରିଶ୍ରମ ବଳରେ ପ୍ରତିକୂଳ ପରିବେଶ ସତ୍ତ୍ବେ ଅଙ୍ଗୁର ଫଳାଇଛନ୍ତି ଜଗତସିଂହପୁର ସଦର ବ୍ଲକ ପାଟେଣୀ ଗାଁର ଶଙ୍କର୍ଷଣ ସ୍ବାଇଁ । ସେ କେବଳ ଅଙ୍ଗୁର ନୁହେଁ ବରଂ ବିଭିନ୍ନ ପ୍ରଜାତିର ଫୁଲଫଳ ଚାଷ କରି ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସଫଳ ଚାଷୀ ଶଙ୍କର୍ଷଣ ଶ୍ରୀକୃଷ୍ଣ ଏକାଡେମୀରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କଟକ ଜିଲ୍ଲା ବଡମ୍ବାର ଏମଏସ୍ କଲେଜରୁ ଗ୍ରାଜୁଏସନ କରିଥିଲେ । ଏହାପରେ ସେ ଜଗତସିଂହପୁରର ଏସଭିଏମ କଲେଜରୁ ଇତିହାସରେ M.A ପାସ କରିଥିଲେ। ସେତେବେଳେ ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ଚାକିରୀ ପଛରେ ନ ଧାଇଁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଶଙ୍କର୍ଷଣ।

ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୁର୍ବଳତା ରହିଥିବାରୁ ନିଜ ବାଡ଼ିରେ ସବୁଜିମା ଭରା ପରିବେଶ ସୃଷ୍ଟି କରିବା ସହିତ ମାଟିରୁ ସୁନା ଫଳାଇ ଅନ୍ୟ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ପ୍ରତିକୂଳ ପାଣିପାଗ ଭିତରେ ଏହି ଚାଷୀ ନିଜ ବାଡ଼ିରେ ଅଙ୍ଗୁର ଫଳାଇ ଦେଖାଇଛନ୍ତି। କେବଳ ମିଠା ସ୍ବାଦର ଅଙ୍ଗୁର ନୁହେଁ ଶଙ୍କର୍ଷଣ ହାଡଭଙ୍ଗା ପରିଶ୍ରମ କରି ନିଜର ଆଠଗୁଣ୍ଠ ଜମିରେ ପିଜୁଳି, ହାଇବ୍ରିଡ଼ ଅମୃତଭଣ୍ଡା, ହାଇବ୍ରିଡ଼ ବରକୋଳି, ଲିଚୁ, ଆମ୍ବ ଆଦି ବିଭିନ୍ନ ଫଳ ଚାଷକରି ବେଶ ଦୁଇ ପଇସା କମାଇ ପାରୁଛନ୍ତି।

ସେହିପରି ମାଛ ଚାଷରେ ମଧ୍ୟ ଶଙ୍କର୍ଷଣଙ୍କର ବିଶେଷ ଅଭିଜ୍ଞତା ରହିଛି । ଫଳଫୁଲ ପରି ବାଡିରେ ଥିବା ଛୋଟ ପୋଖରୀରୁ ସେ ଜାଆଁଳ ଉତ୍ପାଦନ କରି ବିକ୍ରି କରୁଛନ୍ତି। ତେବେ ସେ ନିଜ ଘରେ ଡାଲିଆ, ଆଷ୍ଟୋର, ଫ୍ରୀନଟୋନିଆଁ, ଡେଂଥ୍ୟାକ୍ସ ପ୍ରଜାତିର ଫୁଲ ବଗିଚା କରିଛନ୍ତି । ତେବେ ଚାଷରୁ ପରିବାର ପ୍ରତିପୋଷଣ କରିବା ସହିତ ଶଙ୍କର୍ଷଣ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ମଧ୍ୟ ପ୍ରଦାନ କରିପାରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Nov 28, 2019, 12:56 PM IST

ABOUT THE AUTHOR

...view details