ଓଡିଶା

odisha

By

Published : Apr 27, 2021, 8:50 AM IST

ETV Bharat / state

ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା, 31ଗ୍ରାମ ବ୍ରାଉନସୁଗାର ସହ 2ଗିରଫ

ପୁଣି ବ୍ରାଉନସୁଗାର ମାଫିଆଙ୍କ ଉପରେ ଚଢ଼ାଉ କରି 2 ଜଣଙ୍କୁ ଗିରଫ କଲା ଜଗତସିଂହପୁର ଅବକାରୀ ବିଭାଗ । 31 ଗ୍ରାମର ବ୍ରାଉନସୁଗାର ସମେତ ଗୋଟେ ବାଇକ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା, 31ଗ୍ରାମ ବ୍ରାଉନସୁଗର ସହ 2ଗିରଫ
ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା, 31ଗ୍ରାମ ବ୍ରାଉନସୁଗର ସହ 2ଗିରଫ

ଜଗତସିଂହପୁର: ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା । ପୁଣି ବ୍ରାଉନସୁଗାର ମାଫିଆଙ୍କ ଉପରେ ଚଢ଼ାଉ କରି 2 ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ରାଧିକା ଟକିଜ ନିକଟରେ ବ୍ରାଉନସୁଗାର ବିକ୍ରି ହେଉଥିବା କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଥିଲା ।

ଦୁଇ ଜଣ ବ୍ରାଉନସୁଗାର ବେପାରୀ ଧରାପଡିବା ସହ ସେମାନଙ୍କ ନିକଟରୁ 31 ଗ୍ରାମର ବ୍ରାଉନସୁଗାର ସମେତ ଗୋଟେ ବାଇକ ଜବତ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା ନିଆଳି ଅଂଚଳର ଭକ୍ତ ଚରଣ ନାୟକ ଓ ଅନ୍ୟ ଜଣେ ଶାନ୍ତନୁ କୁମାର ଭୋଇ । ସେମାନେ ରାଧିକା ଟକିଜ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details