ଓଡିଶା

odisha

ETV Bharat / state

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଛତୁଆ, ପିଲାଙ୍କ ଖାଦ୍ୟରେ ପୋକ ସାଲୁବାଲୁ

ଅଙ୍ଗନବାଡ଼ି ଛତୁଆରେ ପୋକ । ପ୍ୟାକେଟ ଭିତରୁ ବାହାରୁଛି ପୋକ ସାଲୁବାଲୁ । ତେବେ ଜଗତସିଂହପୁର ଜିଲ୍ଲାରେ ୮ଟି ବ୍ଲକରେ ଦିଆଯାଉଥିବା ଛତୁଆ ଓ ସୁଜିରୁ ପୋକ ବାହାରୁଥିବା ସହ ଖାଦ୍ୟ ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

substandard sattu and sooji distributed
substandard sattu and sooji distributed

By ETV Bharat Odisha Team

Published : Sep 25, 2023, 9:02 AM IST

Updated : Sep 25, 2023, 11:16 AM IST

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଛତୁଆ

ଜଗତସିଂହପୁର:ପିଲା ଓ ଗର୍ଭବତୀଙ୍କ ଖାଦ୍ୟକୁ ନେଇ ଖେଳ ଖେଳୁଛି ପ୍ରଶାସନ । ନିମ୍ନମାନର ଛତୁଆ ସୁଜି ବଣ୍ଟନ ହେଉଥିବା ବେଳେ ଏଥିପ୍ରତି କାହାରି ନିଘା ନାହିଁ । କୁନି କୁନି ପିଲାଙ୍କ ଶାରୀରିକ ବିକାଶ ସହ ଗର୍ଭବତୀଙ୍କ ପାଇଁ ସରକାର ଅଙ୍ଗନବାଡି ଜରିଆରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ହେଲେ ସେହି ଖାଦ୍ୟ ଶିଶୁଙ୍କ ପାଇଁ କେତେ ସୁରକ୍ଷିତ ତାହା ଏହି ଘଟଣାରୁ ସ୍ଫଷ୍ଟ ହୋଇଛି । ଜଗତସିଂହପୁର ଜିଲ୍ଲାରେ ୮ଟି ବ୍ଲକରେ ଦିଆଯାଉଥିବା ଛତୁଆ ଓ ସୁଜିରୁ ପୋକ ବାହାରୁଥିବା ସହ ଖାଦ୍ୟ ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ଅଭିଯୋଗ ଆସିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେ ରାଜ୍ୟ ସରକାର ଅପପୁଷ୍ଟି ରୋକିବା ପାଇଁ ଗର୍ଭବତୀ ଓ ଶିଶୁ ମାନଙ୍କ ପାଇଁ ଛତୁଆ, ସୁଜି ହାଲୁଆ ପାଇଁ ସୁଜି ଓ ଚିନି ମିଶ୍ରଣ କରି ସିଡିପିଓଙ୍କ ଜରିଆରେ ଅଙ୍ଗନବାଡି କର୍ମୀ ଏହାକୁ ବଣ୍ଟନ କରିଥାଆନ୍ତି । ତେବେ ଜଗତସିଂହପୁର ବ୍ଲକର ୩୦ଟି ପଞ୍ଚାୟତରେ ଏହି ଶିଶୁଖାଦ୍ୟ ବଣ୍ଟନ ପାଇଁ ଦୁଇଟି ମହିଳା ସ୍ବୟଂ ସହାୟିକା ଦଳକୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ସ୍ବୟଂ ସହାୟକ ଦଳ ଅନ୍ୟ ଜଣଙ୍କୁ ଦାୟିତ୍ବ ନ୍ୟସ୍ଥ କରିଛନ୍ତି । ଫଳରେ ସେହି ସଂସ୍ଥା ନିମ୍ନମାନର ଖାଦ୍ୟ ଯୋଗାଉଥିବା ମଧୁସୂଦନପୁର ଶାସନର ଜଣେ ମହିଳା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ଦୁର୍ନୀତି ଅଭିଯୋଗ, ଉଠିଲା ତଦନ୍ତ ଦାବି

ଅଭିଯୋଗ ଅନୁଯାୟୀ, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ସୁଜିରେ ପୋକ ସାଲୁବାଲୁ ହେଉଥିବା ବେଳେ ୬ ମାସ ତଳର ଛତୁଆକୁ ଦିଆ ଯାଉଛି । ପ୍ରସ୍ତୁତି ତାରିଖ ଅନୁସାରେ ୬ ମାସ ତଳେ ଛତୁଆ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ କିପରି ଦିଆ ଯାଉଥିବା ସେ ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ଜଗତସିଂହପୁର ସିଡିପିଓ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି ଯେ ଯେଉଁ ଅଭିଯୋଗ ଆସିଛି ତାହା ସତ୍ୟ । ଶିଶୁମାନଙ୍କୁ ସୁଜି ହାଲୁଆ ପାଇଁ ଦିଆ ଯାଉଥିବା ସୁଜିରେ ପୋକ ବାହାରୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାଜ୍ୟ ସରକାର ଗର୍ଭବତୀ ଓ ଶିଶୁଙ୍କ ଠାରେ ଅପପୁଷ୍ଟି ରୋକିବା ପାଇଁ କୋଟିକୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହା ବାଟ ମାରଣା ହେଉଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 25, 2023, 11:16 AM IST

ABOUT THE AUTHOR

...view details