ଓଡିଶା

odisha

ETV Bharat / state

ଚାଇନା କମ୍ପାନୀ ଠକିନେଲା 12 କୋଟି, ବକେୟା ପାଇଁ ଧାରଣା - paradip subcontractor protest

ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ସମ୍ମୁଖରେ ବକେୟା ଅର୍ଥ ଦାବିରେ ସବ୍ କଣ୍ଟ୍ରାକ୍ଟରଙ୍କ ଶାନ୍ତିପୂର୍ଣ୍ଣ ଧାରଣା। ଅଧିକ ପଢନ୍ତୁ...

ଚାଇନା କମ୍ପାନୀ ଠକିନେଲା 12କୋଟି, ବକେୟା ପାଇଁ ଧାରଣା
ଚାଇନା କମ୍ପାନୀ ଠକିନେଲା 12କୋଟି, ବକେୟା ପାଇଁ ଧାରଣା

By

Published : Aug 20, 2021, 5:42 PM IST

ଜଗତସିଂହପୁର: ପାରାଦୀପ ତୈଳ ବିଶୋଧନାଗାର ମୁ₨ଖ୍ୟ ଫାଟକ ସମ୍ମୁଖରେ ବକେୟା ଅର୍ଥ ଦାବିରେ ସବ୍ କଣ୍ଟ୍ରାକ୍ଟରଙ୍କ ଶାନ୍ତିପୂର୍ଣ୍ଣ ଧାରଣା। ଆଇଓସିଏଲର ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି (ଚାଇନା କୁନଲୁନ କଟ୍ରାକ୍ଟିଙ୍ଗ ଆଣ୍ଡ ଇଞ୍ଜିନିୟରିଂ କର୍ପୋରେସନ) ଟଙ୍କା ନଦେଇ ଫେରାର ହୋଇଯାଇଛି। ମାତ୍ର ଉକ୍ତ ସମୟରେ ଆଇଓସିଏଲ ସମସ୍ତ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଗତ ୨ ବର୍ଷ ହେଲା ଧରାଛୂଆଁ ଦେଉନି ।

ଚାଇନା କମ୍ପାନୀ ଠକିନେଲା 12କୋଟି, ବକେୟା ପାଇଁ ଧାରଣା

ଆଇଓସିଏଲର ପିପି ପ୍ଲାଣ୍ଟ ନିର୍ମାଣର କାର୍ଯ୍ୟାଦେଶ ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି ପାଇଥିଲା। ଏହି କମ୍ପାନୀ ସ୍ଥାନୀୟ ଯୁବକ ମାନଙ୍କୁ ସବ୍ କଣ୍ଟ୍ରାକ୍ଟର ଭାବେ ନିଯୁକ୍ତ କରି ପିପି ପ୍ଲାଣ୍ଟର କାର୍ଯ୍ୟ କରିଥିଲା। ଆଇଓସିଏଲରେ ଜମି ହରାଇ କିଛି ଟଙ୍କା ପାଇଥିବା ଯୁବକ ମାନେ ଲାଭ ଆଶାରେ ଏଥିରେ କାର୍ଯ୍ୟ କରିଥିଲେ। ମାତ୍ର ସମ୍ପୃକ୍ତ କମ୍ପାନୀ କାମ ସାରିବା ପରେ ସେମାନଙ୍କ ଟଙ୍କା ଦେଇନଥିଲା। ଫଳରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଚାଇନା କମ୍ପାନୀକୁ ୨୦୧୯ ମସିହାରେ ଅଟକ ରଖିଥିଲେ । ଉକ୍ତ ସମୟରେ ଆଇଓସିଏଲ କତ୍ତୃପକ୍ଷ ସେମାନଙ୍କର ବକେୟା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ।

ମାତ୍ର ଘଟଣାକୁ ୨ ବର୍ଷ ବିତିଥିଲେ ମଧ୍ୟ ଆଇଓସିଏଲ ସେମାନଙ୍କୁ ଟଙ୍କା ଦେଉନାହିଁ। ଯାହାକୁ ନେଇ ଆଜି(ଶୁକ୍ରବାର) ୧୧ ଜଣ ସବକଣ୍ଟ୍ରାକ୍ଟର ଓ ତାଙ୍କ ଶ୍ରମିକ ମାନଙ୍କୁ ଧରି ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଯଦି ତୁରନ୍ତ ସେମାନଙ୍କ ବକେୟା ଅର୍ଥ ପ୍ରଦାନ କରାନଯାଏ, ତେବେ ଖୁବ୍ ଶୀଘ୍ର ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details