ଓଡିଶା

odisha

ETV Bharat / state

ଜଗତସିଂହପୁରରୁ ବ୍ରାଉନସୁଗାର ଜବତ: 3 ଗିରଫ, ନିଶାର ପଞ୍ଝାରେ କଲେଜ ଛାତ୍ର - STF seizes brown sugar in Jagatsinghpur

ଜଗତସିଂହପୁର ସହରରେ ସ୍ପେଶାଲ ସ୍କ୍ବାର୍ଡ ଏସଟିଏଫର ବିଭିନ୍ନ ସ୍ଥାନରେ ଚଢ଼ାଉ । ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଏହାସହ ତିନିଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଜଗତସିଂହପୁରରୁ ବ୍ରାଉନସୁଗର ଜବତ: 3ଗିରଫ, ନିଶାର ପଞ୍ଝାରେ କଲେଜ ଛାତ୍ର
ଜଗତସିଂହପୁରରୁ ବ୍ରାଉନସୁଗର ଜବତ: 3ଗିରଫ, ନିଶାର ପଞ୍ଝାରେ କଲେଜ ଛାତ୍ର

By

Published : Apr 2, 2022, 10:32 PM IST

ଜଗତସିଂହପୁର :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ କାରବାର । ସହରରେ ସ୍ପେଶାଲ ସ୍କ୍ବାର୍ଡ STF ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଏହାସହ ତିନିଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଜଗତସିଂହପୁରରୁ ବ୍ରାଉନସୁଗର ଜବତ: 3ଗିରଫ, ନିଶାର ପଞ୍ଝାରେ କଲେଜ ଛାତ୍ର

ସୂଚନା ଅନୁସାରେ, ଆଜି (ଶନିବାର) ଭୁବନେଶ୍ୱରରୁ ଏସଟିଏଫ(STF)ର ସ୍ପେଶାଲ ସ୍କ୍ବାର୍ଡ ଜଗତସିଂହପୁର ସହରର ଗୋପଲ ସାଗର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇଥିଲା । ପରେ ଏସଟିଏଫ ଟିମ ଚଢ଼ାଉ କରିଥିଲା । ଫଳରେ 300 ଶହ 10 ଗ୍ରାମର ବ୍ରାଉନ ସୁଗାର ଅଭିଯୁକ୍ତଙ୍କ ଠାରୁ ଜବତ ହେବା ସହ ତିନି ଅଭିଯୁକ୍ତ ପ୍ରଶାନ୍ତ ବେହେରା, ପରେସ ରଞ୍ଜନ ମହାନ୍ତି, ଓ ତୋଫାନ ମଲ୍ଲିକକୁ କାବୁ କରି ନେଇଥିଲେ ।

ଏହି ଘଟଣାକୁ ନେଇ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନେ ବିଭିନ୍ନ କଲେଜରେ ପାଠ ପଢ଼ୁଥିବା ଛାତ୍ରଙ୍କୁ ବ୍ରାଉନସୁଗାର ବିକ୍ରିର ନେଟୱର୍କ ସ୍ଥାପନ କରୁଥିବା ସ୍ବୀକାର କରିଛନ୍ତି। ଜଗତସିଂହପୁର ସହରର ଅନେକ ଯୁବବର୍ଗ ତଥା କଲେଜରେ ପଢ଼ୁଥିବା ଛାତ୍ରମାନେ ଏହି ନିଶାରେ କବଳିତ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details